ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ

0
15

ବୁଗୁଡା , ୧୩/୩/୨୫ : ବୁଗୁଡା ବ୍ଲକ ଅନ୍ତର୍ଗତ ନରସିଂହ ପାଟଣା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏଵଂ ଆମ ସଂସ୍କୃତି ଓ ଆମ ଖେଳନା ସମ୍ପର୍କିତ କର୍ମଶାଳା ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଳିୟ ସାମଲ ଅଧ୍ୟକ୍ଷତା କରିଥିବା ବେଳେ ଏ. କରଡାବାଡି ପଞ୍ଚାୟତର ସରପଞ୍ଚ ରିଙ୍କି ଦାସ୍ ମୁଖ୍ୟ ଅତିଥି, ଏବଂ ସିଆରସିସି ସନ୍ତୋଷ କୁମାର ଡାକୁଆ, ଏସଏମସି ସଭାନେତ୍ରୀ ଦୀପ୍ତିମୟି ପାଣିଗ୍ରାହୀ, ରାମଗଡ଼ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ବେହେରା, ବଣପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାପୁଜୀ ପରିଡ଼ା, ଘୋଡାପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଜେନା, ପୋଚାଲୁଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ପରିଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅଭିଭାବକ ଉପସ୍ଥିତ ଥିଲେ। କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ନାହାକ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here