ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର, ମାମଲା ରୁଜ୍ଜୁ

0
18

ପୋଲସରା, ୧୩/୦୩/୨୦୨୫ : ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମରେ ବୁଧବାର ଦିନ ଦୋଳ ଯାତ୍ରା ଚାଲିଥିବା ସମୟରେ ସଂଘବଦ୍ଧ ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ଖବର ପ୍ରକାରେ ଆହତ ଯୁବକ ଜଣକ ନିରାକାର କରଣଙ୍କ ପୁଅ ସୁନି କରଣ ଅଟନ୍ତି। ଗ୍ରାମରେ ଦୋଳ ଯାତ୍ରା ଚାଲିଥିବା ବେଳେ ସୁନିଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବରେ କିଛି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସୁନି ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକେ ସୁନିକୁ ସଂଗେ ସଂଗେ ଗୁରୁତର ଅବସ୍ଥାରେ ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯୁବକମାନେ ଫେରାର ଥିବା ଜଣାପଡିଛି। ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲସରା ପୋଲିସ ଥାନା କେଶ ନଂ ୧୭୨/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here