ମୋଟାବାଡ଼ି ୟୁ.ପି.ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
12

ବୁଗୁଡ଼ା:ଆଦ୍ୟ ତା.11.03.2025 ବୁଗୁଡା ବ୍ଲକ ଅନ୍ତର୍ଗତ ରାମେଣ୍ଡା କ୍ଲଷ୍ଟରର ମୋଟାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ମାର୍ଚ୍ଚ ୧୧ ତାରିଖ ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଆରସିସି ସୁଶାନ୍ତ କୁମାର ସେଠୀ, ମୁଖ୍ୟବକ୍ତା ଭାବେ ଡାକରାବାଡି ଉ.ପ୍ରା. ବିଦ୍ୟାଳର ପ୍ରଧାନ ଶିକ୍ଷକ ନିରଞ୍ଜନ ଗୌଡ଼ ଏବଂ ସମ୍ମାନିତ ଅତିଥି ଭାବେ ଇନ୍ଡାଷ୍ଟ୍ରିଆଲ ଡଭଲାପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପରିଚାଳକ ଗୁରୁଦେବ ସିଂ, ଏସଏମସି ସଭାପତି ପଦ୍ମ ଚରଣ ପ୍ରଧାନ, ମୋଟାବାଡି ପଞ୍ଚାୟତ ସରପଞ୍ଚ ପିଣ୍ଟୁ କୁମାର ସେଠୀ ଯୋଗଦେଇଥିଲେ। ପରିଚାଳନା କମିଟିର ସମସ୍ତ ସଭ୍ୟ ଓ ସଭ୍ୟା ମଧ୍ୟ ଯୋଗଦେଇଥିଲେ। ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏହି ଅବସରରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ସେଠୀ ଉଦଘାଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ପରିଶେଷରେ ସହକାରୀ ଶିକ୍ଷକ ଗୋକୁଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here