ବ୍ରହ୍ମପୁର,୧୭/୦୩/୨୦୨୫: ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳ ପଡିଆ ଠାରେ ଗଞ୍ଜାମ ଜିଲ୍ଲା କ୍ରିଡା ସଂଗଠନ ଓ ବରିଷ୍ଠ ଭଲିବଲ୍ ଖେଳାଳୀ ସଂଗଠନ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।ଏଥିରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଫାଇନାଲ ଖେଳୁଥିବା କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ର ବରିଷ୍ଠ ଖେଳାଳୀ ସ୍ବର୍ଗତ ଉଦୟନାଥ ସାସମଲ, ଉଦୟନାଥ ସାହୁ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଭଲିବଲ୍ କୋଚ ସ୍ବର୍ଗତ ପି.ସି. ସିଂ ସାମନ୍ତ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏବଂ ଗଞ୍ଜାମ ଜିଲ୍ଲା କ୍ରିଡା ସଂଗଠନ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉଦଯାପନି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଖେଳାଳୀ ବ୍ରିଗେଡିଅର ଅରୁଣ ପାଢୀ ଓ କର୍ଣ୍ଣେଲ ଧିରେନ୍ଦ୍ର ପାଢ଼ୀ ଯୋଗ ଦେଇ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ଅତିଥି ଭାବରେ ଆନ୍ତର୍ଜାତୀୟ ଖେଳାଳୀ ଅରୁଣ କୁମାର ଦାସ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର ଉପ କୁଳସଚିବ ଦୀପକ କୁମାର ମିଶ୍ର ଯୋଗ ଦେଇ କ୍ରିଡାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟ ରେ ସୋରଳ ଓ୍ବାରିୟର ବିଜେତା ହୋଇଥିବା ବେଳେ ଖୋର୍ଦ୍ଧା ସେଞ୍ଚୁରିୟନ ୟୁନିଭେରସିଟି ରନର ହୋଇଛନ୍ତି।ବ୍ରହ୍ମପୁର ର ଏମ ସୁଧିର ଶ୍ରେଷ୍ଠ ଖେଳାଳୀ ଭାବେ ପୁରଷ୍କୃତ ହୋଇଛନ୍ତି।ଏହି ଦୁଇ ଦିନିଆ ରାଜ୍ୟ ସ୍ତରୀୟ କ୍ରିଡା କୁ ଗଞ୍ଜାମ ଜିଲ୍ଲା କ୍ରିଡା ସଂସଦ ର ଉପସଭାପତି ବିଜୟ କୁମାର ପଟ୍ଟନାୟକ, ସାଧାରଣ ସଂପାଦକ ଜେ.କାମେଶ୍ବର ରାଓ, ସମନ୍ୱୟ ସଂପାଦକ ରାମଚନ୍ଦ୍ର ସେଠୀ ଏବଂ ସାଙ୍ଗଠନିକ ସଂପାଦକ ଅରୁଣ କୁମାର ସାସମଲ ପରିଚାଳନା କରିଥିବା ବେଳେ ଏଥିରେ ବରିଷ୍ଠ ରିଫେରୀ ଭାବରେ ସୁଜୟ ନାୟକ, ପ୍ରକାଶ ବେହେରା ଓ ସ୍କୋରର ଭାବରେ ରଜନୀ କାନ୍ତ ମିଶ୍ର ଯୋଗଦେଇ କ୍ରିଡା ର ସୁପରିଚାଳନା କରିଥିଲେ। ପରିଶେଷରେ ସେଣ୍ଟ ଜାଭିୟର ସ୍କୁଲ ଦକ୍ଷିଣାଞ୍ଚଳ ଜୋନ ର ଉପ ନିର୍ଦ୍ଦେଶକ କୁନାଲ କିଶୋର ପଣ୍ଡା ଯୋଗ ଦେଇଥିବା ବେଳେ କେଦାରନାଥ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।