ବିଦ୍ୟୁତ୍ ସ୍ପର୍ଶ ରେ ଶ୍ରମିକ ମୃତ୍ୟୁ

0
3

ବ୍ରହ୍ମପୁର,୧୭/୦୩/୨୦୨୫:ସ୍ଥାନୀୟ ମିନାକ୍ଷି ନଗର ଠାରେ ୩୩ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଜଣେ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି। ଘର ଛାତ ଠାରୁ କମ୍ ଉଚ୍ଚ ରେ ଯାଇଥିବା ବିଦ୍ୟୁତ୍ ତାର ସ୍ପର୍ଶ ରେ ଆସି ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ମୃତକ ଶ୍ରମିକ ଜଣକ ହେଲେ ଲାଠି ଗ୍ରାମର ସନ୍ତୋଷ କୁମାର ବେହେରା ବୋଲି ଜଣାପଡିଛି।ବିଦ୍ୟୁତ ବିଭାଗ ର ବେପାରୁଆ ମନୋଭାବ ଯୋଗୁଁ ଏପରି ଘଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ଏହା ପୂର୍ବରୁ ମଧ୍ୟ ଦୁଇ ରୁ ତିନି ଜଣ ବିଦ୍ୟୁତ ତାର ଲାଗି ମୃତ୍ୟୁ ବରଣ କରିଥିବା ଜଣାପଡିଛି।ତେବେ ଆଜି ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ମୃତ ଦେହ ଦୀର୍ଘ ସମୟ ଧରି ପଡିରହିଥିଲା।ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କିମ୍ବା ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ପ୍ରତିବାଦ କରି ରାସ୍ତା ରୋକ କରିଥିଲେ।

LEAVE A REPLY

Please enter your comment!
Please enter your name here