ସୋରଡ଼ ୟୁ.ପି.ସ୍କୁଲରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି, ଆମ ଖେଳନା କାର୍ଯ୍ୟକ୍ରମ

0
8

ବୁଗୁଡା , ୧୮/୩/୨୫ : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୋରଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି, ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ସାହୁ ଅଧ୍ୟକ୍ଷତା କରଥିଲେ। ଏହି କାର୍ଯ୍ୟକ୍ରମରେ ଏ.କରଡାବାଡି ପଞ୍ଚାୟତର ସରପଞ୍ଚ ରିଙ୍କି ଦାସ ମୁଖ୍ୟ ଅତିଥି ଏବଂ ସିଆରସିସି ସନ୍ତୋଷ କୁମାର ଡାକୁଆ, ଓ ନରସିଂହ ପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଳିୟ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବା ସହିତ ସଂସ୍କୃତି ଓ ପରମ୍ପରା ସଂପର୍କରେ ଅବଗତ କରାଇଥିଲେ। ଏଥିରେ ବହୁ ଅଭିଭାବକ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଡାକ୍ତର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here