ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବ

0
5

ବୁଗୁଡ଼ା, ୧୮/୦୩/୨୫ : ଗଞ୍ଜାମ ଜିଲ୍ଲାର ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ମାର୍ଚ୍ଚ ୧୮ ତାରିଖ ଦିନ ୨୪ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ନାତକ ମହାବିଦ୍ୟାଳୟର ପ୍ରିନ୍ସପାଲ ଗୋପିନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ଯକ୍ଷ ସରୋଜ କାନ୍ତ ଦାସ, ମୁଖ୍ଯ ବକ୍ତା ଭାବେ ବାଲିପଦର ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ଆମ ସଂସ୍କୃତି-ପରମ୍ପରା ଓ ଆମ ଗାରିମା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୁଚାଇ ଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଲିପଦର ଶାଖା ପରିଚାଳକ ଆନନ୍ଦ ସାହୁ, ଯୁବ ସମାଜସେବୀ ମହେନ୍ଦ୍ର ପ୍ରସାଦ ପଣ୍ଡା, ଅଧ୍ୟାପିକା ମିନତି ଆଚାରୀ, ଅଧ୍ୟାପକ ଅମୀୟ କୁମାର ସ୍ବାଇଁ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ। ଅଧ୍ୟାପକ ଡକ୍ଟର ଏ. ଜିତେସ୍ ରାଓ ଦୋରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। କ୍ରୀଡା ଓ ସାଂସ୍କୃତିକ କାଯ୍ୟକ୍ରମରେ ପାରଦର୍ଶୀତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ସିଲ୍ଡ଼ ଓ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ, ନବଘନ ପ୍ରଧାନ, ଅଧ୍ୟାପିକା ଭକ୍ତ ଲତା ମହାପାତ୍ର, ସଲୀଳା ନାୟକ,ଭଞ୍ଜ କିଶୋର ଗୌଡ, ଏ.ଶିବାନି ଅଚାରୀ, ଏ.ମଦୁରାଜୁ ଦୋରା, ସିମାଞ୍ଚଳ ଗୌଡ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here