ରକ୍ତଦାନ ଶିବିର ଆୟୋଜନ, ୭୦ ୟୁନିଟ ରକ୍ତ ସଂଗ୍ରହ

0
8

ବୁଗୁଡା , ୨୦/୩/୨୫ : ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ମାତ୍ରେ ଆମ ରାଜ୍ୟରେ ରକ୍ତର ଅଭାବ ଦେଖାଗଲାଣି । ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି । ଏହି ପରି ସମୟ ରେ ଓଡ଼ିଶା ରକ୍ତଦାତା ମହାସଂଘ ଆଗେଇ ଆସିଛି ରକ୍ତଦାନ ଶିବିର ଆୟୋଜନ କରି କେତକାଂଶରେ ଲାଘବ କରିବା ପାଇଁ । ଦିଗରେ ସାହାଯ୍ୟର ହାତ ବଢ଼େଇଛନ୍ତି ଧବଳେଶ୍ଵର ଇନଷ୍ଟିଚ୍ୟୁଟ ଅଫ ପଲିଟେନିକ୍, କଟକ। ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟରେ ଆୟୋଜନ କରିଛନ୍ତି । ଏହି ଶିବିରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଉତ୍ସାହର ସହିତ ରକ୍ତଦାନ କରିବା ଦ୍ୱାରା ୭୦ ଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିର ରେ ମହାବିଦ୍ୟାଳୟର ପ୍ରିନ୍ସିପାଲ ଦେବକୀ ନନ୍ଦନ ମହାନ୍ତି, ମଞ୍ଜୁଳା କୁମାରୀ ସାହୁ , ମୁଖ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ନାୟକ, ପ୍ରଶାସନିକ ଅଧିକାରୀ ରମଣୀ ରଂଜନ ନାଏକ, ବିଭାଗୀୟ ମୁଖ୍ୟ ପ୍ରିତମ ରଥ ରକ୍ତଦାନ କରିବା ସହିତ ଶିବିରକୁ ପରିଚାଳନା କରିଥିଲେ। ଓଡ଼ିଶା ରକ୍ତଦାତା ମହାସଂଘର ସମ୍ପାଦକ ତ୍ରିଲୋଚନ ଦାଶ ସମସ୍ତ ବ୍ୟବସ୍ଥାକୁ ସଞ୍ଚାଳନ କରିବା ସହିତ ଆଗାମୀ ଦିନ ରେ ସାରା ରାଜ୍ୟରେ ଏହି ଭଳି ଶିବିର ଆୟୋଜନ କରିବା ପାଇଁ କହିଥିଲେ। ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି ମହାବିଦ୍ୟାଳୟର ସମସ୍ତଙ୍କୁ ରକ୍ତଦାନ ପାଇଁ ଧନ୍ୟବାଦ୍ ଜଣେଇଥିଲେ। ଆଗାମୀ ଦିନରେରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ରକ୍ତଦାନ ଶିବିର ଆୟୋଜନ କରିବା ନେଇ ଯୋଜନ କରାଯାଉଥିବା ମହାସଂଘ ସଭାପତି ଅକ୍ଷୟ କୁମାର ରାଉତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here