କାଳ ବୈଶାଖୀ ବର୍ଷା ରେ ବେହାଲ୍ ବ୍ରହ୍ମପୁର। ବଜ୍ରପାତରେ ଜିଲ୍ଲାରେ ଜଣଙ୍କ ମୃତ୍ୟୁ

0
30

ବ୍ରହ୍ମପୁର, ୨୨/୦୩/୨୦୨୫:
କାଳ ବୈଶାଖୀ ବର୍ଷା ରେ ବେହାଲ୍ ହୋଇଛି ବ୍ରହ୍ମପୁର ସହର। ସହର ରେ ଅଦିନିଆ କାଳ ବୈଶାଖୀ ବର୍ଷା ପ୍ରଭାବ ରେ ବ୍ରହ୍ମପୁର ରେ ଦୀର୍ଘ ଅଢେ଼ଇ ଘଣ୍ଟା ଧରି ଲଗାଣ ବର୍ଷା ହୋଇଥିଲା।ଫଳରେ ସହର ତଳିଆ ଅଞ୍ଚଳ ଠାରୁ ଆରମ୍ଭ କରି ସମସ୍ତ ଅଞ୍ଚଳ ଜଳମଗ୍ନ ହୋଇଥିଲା। ସହର ମୁଖ୍ୟ ରାସ୍ତା କୋର୍ଟ ପେଟା,ଅଶୋକ ନଗର,ଗାନ୍ଧୀ ନଗର ସମସ୍ତ ଅଞ୍ଚଳ, ବଡ ମେଡିକାଲ,ଜୟ ପ୍ରକାଶ ନଗର,ଅରବିନ୍ଦ ନଗର,ଧର୍ମ ନଗର ଅଞ୍ଚଳରେ ବର୍ଷା ଯୋଗୁଁ ଆଣ୍ଠୁଏ ପାଣି ରାସ୍ତାରେ ଚାଲିଥିଲା।ଏହା ସହ ବିଭିନ୍ନ ଅଞ୍ଚଳ ରେ ଛୋଟ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା।ସହର ବିଭିନ୍ନ ଅଞ୍ଚଳ ରେ ଲୋକ ଜଳବନ୍ଦୀ ହୋଇ ରହିଥିଲେ। ସେପରି ସହର ର ତଳିଆ ଅଞ୍ଚଳରୁ ୫୦ବର୍ଷୀୟ ଦୃଷ୍ଟିହୀନ ମହିଳା ଲକ୍ଷ୍ମୀ ସାହୁ ନାମକ ଜଣେ ବୃଦ୍ଧା ଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଥିଲେ।
ବ୍ରହ୍ମପୁର ସହର ମଧ୍ୟରେ କାଳ ବୈଶାଖୀ ବର୍ଷା ଯୋଗୁଁ ଯେଉଁ କ୍ଷୟ କ୍ଷତି ହୋଇଛି ତାହାର ପୁନଃରୁଦ୍ଧାର ସହ ଜଳ ନିଷ୍କାସନ କାର୍ଯ୍ୟ ରେ ଅଗ୍ନିଶମ ବିଭାଗ ପକ୍ଷରୁ ଜୋରଦାର ଚାଲିଛି। ସେପରି ବଜ୍ରପାତରେ ରେ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ନାରାୟଣପୁର ଗ୍ରାମର ୧୫ ବର୍ଷୀୟ ରାଜେଶ ଗୌଡ ଙ୍କ କାଳ ବୈଶାଖୀ ରେ ମୃତ୍ୟୁ ହୋଇଥିବା ବେଳେ ଏହା ବ୍ୟତୀତ କାଳ ବୈଶାଖୀ ଯୋଗୁଁ ଜିଲ୍ଲାରେ ଆଉ କାହାର ଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।ପାତ୍ରପୁର ରେ ୧.୬ ମିମି, ରଙ୍ଗେଇଲୁଣ୍ଡା ରେ ୭୪ ମି ମି, ପୋଲସରା ୧୬.୬ ମିମି , କବିସୂର୍ଯ୍ୟନଗର ରେ ୧୫.୭ମିମି, ଚିକିଟି ତହସିଲ ରେ ୧୪ ମିମି, ବ୍ରହ୍ମପୁର ରେ ୩୨୦ ମିମି , ବୁଗୁଡ଼ା ରେ ୨୫ ମିମି, ପୁରୁଷୋତ୍ତମପୁର ରେ ୧୯ ମିମି ବର୍ଷା ଜଗନ୍ନାଥ ପ୍ରସାଦ ୩ ମି ମି, ଦିଗପହଣ୍ଡି ୧.୫ ମିମି,ଆସ୍କା ବ୍ଳକ ରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ଼ ହୋଇଛି।
ସାନଖେମୁଣ୍ଡି ଓ ହିଞ୍ଜିଳି ରେ ବର୍ଷା ହୋଇନାହିଁ ।

LEAVE A REPLY

Please enter your comment!
Please enter your name here