ବୁଗୁଡା ,୨୨/୩/୨୫: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଘୋଡାପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ “ଆମ ସଂସ୍କୃତି, ଆମ ଖେଳନା” କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଜେନା ଅଧ୍ୟକ୍ଷତା କରିଥଲେ। ଅବସରପ୍ରାପ୍ତ ଶିକ୍ଷକ ନୀଳାମ୍ବର ନାୟକ ମୁଖ୍ୟ ଅତିଥି, ବିଷ୍ଣୁଚକ୍ର କ୍ଲଷ୍ଟର ର ସି.ଆର.ସି.ସି ସନ୍ତୋଷ କୁମାର ଡାକୁଆ, ଏସଏମସି ସଭାନେତ୍ରୀ ନର୍ମଦା ପ୍ରଧାନ, ଏନ. ପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଳୀୟ ସାମଲ , ପୂର୍ବତନ ସି.ଆର.ସି.ସି. ବାସୁଦେବ ଦୋରା, ଓ ଶିକ୍ଷୟତ୍ରୀ ପ୍ରମିଳା ନାୟକ ସମ୍ମାନିତ ଅତିଥି , ବଣପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାପୁଜୀ ପରିଡ଼ା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅଭିବାବକ ବୃନ୍ଦଙ୍କ ସହ ଗ୍ରାମବାସୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲl। ଏହାପରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ଖେଳନା ପଦର୍ଶିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବସନ୍ତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରଥିଲେ।