ବୁଗୁଡା , ୨୨/୩/୨୫ : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବଣପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଓ ଆମ ଖେଳନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାପୁଜୀ ପରିଡା ଅଧ୍ୟକ୍ଷତା କରଥିଲେ। ଏ. କରଡାବାଡି ଗ୍ରାମ ପଞ୍ଚାୟତର ସରପଞ୍ଚ ରିଙ୍କି ଦାସ ମୁଖ୍ୟ ଅତିଥି, ସିଆରସିସି ସନ୍ତୋଷ କୁମାର ଡାକୁଆ, ନରସିଂହ ପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଳିୟ ସାମଲ, ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଘଡେ଼ଇ, ଘୋଡାପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଜେନା, ନାଏବ ସରପଞ୍ଚ ରବିନ୍ଦ୍ର ଗୌଡ, ଏସଏମସି ସଭାପତି ଦିବାକର ଗୌଡ, ପିତବାସ ଗୌଡ ପ୍ରମୁଖ କାର୍ଯ୍ୟକ୍ରମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବା ସହିତ ସଂସ୍କୃତି ଓ ପରମ୍ପରା ସଂପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଅଭିଭାବକ ବୃନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।