ବୁଗୁଡା , ୨୩/୩/୨୫ : ଭାରତକୁ ସବୁ କ୍ଷେତ୍ରରେ ଓଡିଶାର ଅବଦାନ ଅତୁଳନୀୟ l ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ ସ୍ଥଳୀ, ଜଙ୍ଗଲ ଓ ଖଣିଜ ସମ୍ପଦ ସହ ମାନବ ସମ୍ବଳରେ ଭରପୁର ଓଡିଶା ରାଜ୍ୟ ନିଜ ସଂସ୍କୃତି ଓ ପରମ୍ପରା, ପ୍ରଭୁ ଶ୍ରୀ ଜଗନ୍ନାଥ ଓ କୋଣାର୍କ ନିମନ୍ତେ କେବଳ ଭାରତ ନୁହେଁ ବିଶ୍ୱରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରପାରିଛି l ହେଲେ ଉପଯୁକ୍ତ ନେତୃତ୍ୱ ଅଭାବ, ମାଟି ଓ ମାତୃଭାଷା ପ୍ରତି ଅବହେଳା, ସମସ୍ତଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ସଚେତନତା ଅଭାବରୁ ରାଜ୍ୟର ଯଥା ଶକ୍ତି ବିକାଶ ହୋଇପାରିନାହଁ l ଶିକ୍ଷା ଓ ସ୍ୱାସ୍ଥ୍ୟର ମାନ ବୃଦ୍ଧି ସହ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ଶିଳ୍ପାୟନର ବୃଦ୍ଧି ଦ୍ୱାରା ରାଜ୍ୟର ଅର୍ଥ ନିତୀର ବିକାଶ ହୋଇପାରିବ l ଯାହା ଫଳରେ ଓଡ଼ିଆ ଲୋକ ନିଜ ରାଜ୍ୟରେ ରୋଜଗାରକ୍ଷମ ହୋଇପାରିବେ l ଦିଲ୍ଲୀ ରେ ବହୁ ଓଡ଼ିଆ ବସବାସ କରୁଥିବାରୁ ଏଠାରେ ଏକ ଓଡ଼ିଆ ସ୍କୁଲ ପ୍ରତିଷ୍ଠା ସହ ଏକ ସାଂସ୍କୃତିକ ମଣ୍ଡପ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା l ଦୀର୍ଘବର୍ଷ ଧରି ଓଡିଶା ର ସ୍ୱାଭିମାନ ନିମନ୍ତେ କାର୍ଯ୍ୟକରୀ କରି ଆସୁଥିବା ସୁନାମ ଧନ୍ୟ ଓଡ଼ିଆ ସଂଗଠନ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ନୂଆଦିଲ୍ଲୀ ଗାନ୍ଧୀ ପିସ ଫାଉଣ୍ଡେସନ ଠାରେ ପ୍ରତିଷ୍ଠାନର ସଭାପତି ବିଶିଷ୍ଟ ସଂଗଠକ ତଥା ସମାଜସେବି ସୁଶାନ୍ତ କୁମାର ସାବତଙ୍କ ଅଧକ୍ଷତାରେ ଅନୁଷ୍ଠିତ “ଭିଜନ ଓଡିଶା ୨୦୩୬” ଆଲୋଚନାରେ ବହୁ ବିଶିଷ୍ଟ ସଂଗଠକର ବ୍ୟକ୍ତି ବିଶେଷ ବୃନ୍ଦ ମତବ୍ୟକ୍ତ କରିଥିଲେ। ପୂର୍ବତନ କୁଳପତି ପ୍ରଫେସର ବି ସି ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ୱାର୍ଲଡ ଓଡ଼ିଆ ସୋସାଇଟିର ସଭାପତି କିଶୋର ଦ୍ଵିବେଦି, ସମାଜ ସେବିକା ରିତା ପାତ୍ର, ପରିବେଶବିତ୍ତ ଡ଼ ବିନୋଦ ସାବତ, ଦେବେନ୍ଦ୍ର ରାଉତ, ଶିକ୍ଷାବିତ ପ୍ରଭାସ ରାଜ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଯୋଗଦେଇ ଓଡିଶା ଓ ଓଡ଼ିଆଙ୍କ ବିକାଶ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଦାଧର ପ୍ରଧାନ, ବିଷ୍ଣୁ ପ୍ରିୟା ମିଶ୍ର, ଅଜୟ ମଲ୍ଲିକ, ବିଭୁ ଭାଇ, ଡ଼ ପ୍ରକାଶ, ଅଶୋକ କୁମାର ଦାଶ, ହର ପ୍ରିୟ ପ୍ରତିହାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l କୃଷ୍ଣ ଚନ୍ଦ୍ର ସାବତ, ସଂକର୍ଷଣ ପାଢ଼ୀ, ରଶ୍ମିତା ସାବତ, ରିଙ୍କି ଭରଦ୍ୱାଜ, ତପନ ପଣ୍ଡା, ଅର୍ଚନା ପରିଡା, ଆଶିଷ ସାବତ, ଗିରି ଧାରୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହାସଚିବ କୈଳାଶ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l