ବ୍ରହ୍ମପୁର, ୨୪/୦୩/୨୦୨୫:
ପୂର୍ବତନ କେନ୍ଦ୍ରମନ୍ତ୍ରୀ,ରାଜ୍ୟ ସଭାପତି, କେନ୍ଦ୍ର ଉପସଭାପତି ଭାରତୀୟ ଜନତା ପାର୍ଟି ର ଦୃଢ ସଙ୍ଘଠକ ସ୍ୱର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ସୃତି ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ବ୍ରହ୍ମପୁର ଗିରି ରୋଡ ସ୍ଥିତ ପାଢ଼ୀ ସେଲିବ୍ରସନ ଠାରେ ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ସୃତି ସଭା ରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନସାମନ୍ତରାୟ,ବରିଷ୍ଠ ସଦସ୍ୟ ଶିଶିର ପାଢ଼ୀ,କାହ୍ନୁ ପତି କୁଞ୍ଜ ପାଣିଗ୍ରାହୀ,ସୁରେଶ ପାଢ଼ୀ,ରାମ ଚନ୍ଦ୍ର ପଣ୍ଡା,ରମେଶ ତ୍ରିପାଠୀ,ରବୀନ୍ଦ୍ର ସାହୁ,କାମନା ପାଢ଼ୀ ଗଣ ସ୍ୱର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସୃତି ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭ କରିଥିଲେ।ସ୍ୱର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନ ଜୁଲାଇ ୧୬, ୧୯୪୧ ମସିହାରେ ଓଡିଶା ର ଡେଙ୍କାନାଳ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ କଟକ ଏସ ସି ଵି ମେଡିକାଲ କଲେଜ ରେ ଡାକ୍ତରୀ ଶିକ୍ଷା ପାସ କରିଥିଲେ।ଦେଶମାତୃକାର ସେବାରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସଭାପତି ରୁ କେନ୍ଦ୍ର ଉପସଭାପତି ହେବା ସହିତ ଓଡିଶା ପ୍ରଦେଶ ର ରାଜ୍ୟ ସଭାପତି ଭାବେ ୧୯୮୮ ରୁ ୯୦ ଦାୟିତ୍ୱ ଗ୍ରହଣ କରିଥିଲେ ପରେ ୧୩ ତମ ଲୋକସଭା କୁ ଦେଓଗଡ ସଂସସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ତତ୍କାଳୀନ ବାଜପେୟ ସରକାର ରେ କେନ୍ଦ୍ର ପରିବହନ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ପୂର୍ବରୁ ଓଡିଶା ରେ ୧୫୦୦୦ କିଲୋମିଟର ରାଜପଥ ଥିଲା ତାଙ୍କରି ସମୟରେ ଓଡିଶା ର ନୂତନ ରାଜପଥ ୧୬୦୦୦ କିଲୋମିଟର ନିର୍ମାଣ ସହ ତାଙ୍କରି ସମୟ ରେ ଗଞ୍ଜାମ ଜିଲ୍ଲା ରେ ଗୋପାଳପୁର ଠାରୁ ରାୟପୁର ରାଜପଥ ନିର୍ମାଣ ହୋଇଥିଲା ଯାହା ଯାହା ଗଞ୍ଜାମ ଜିଲ୍ଲା ବାସୀ କେବେବି ଭୁଲିପାରିବେ ନାହିଁ ଦଳ କୁ ସୁଦୃଢ କରିବା ପାଇଁ ସେ ତୃଣମୂଳ ସ୍ତରରୁ କାର୍ଯ୍ୟକର୍ତ୍ତା ଙ୍କୁ ସାଙ୍ଗରେ ନେଇ ଗ୍ରାମ,ବ୍ଲକ,ସହର କୁ ଯାଇ ପାର୍ଟି ଲକ୍ଷ୍ୟ ପ୍ରଚାର କରୁଥିଲେ ତାଙ୍କରି ପାଦ ଅନୁସରଣ କରି ତାଙ୍କରି ସୁପୁତ୍ର ବର୍ତମାନ ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାପାଙ୍କ ସପ୍ନ ଓଡିଶା ତଥା ଭାରତ ରେ ପାର୍ଟି କିପରି ସୁଦୃଢ ହେବା କେନ୍ଦ୍ର ଓ ରାଜ୍ୟ ରାଜନୀତି ରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ମାନେ ଦେଶ ଗଠନ ରେ ସକ୍ରିୟ ଭୂମିକା ଗ୍ରହଣ କରିବେ ବୋଲି ମଂଚାସୀନ ଅତିଥି ଗଣ ପ୍ରକାଶ କରିଥିଲେ। ଉକ୍ତ ସୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭାରେ ଭାରତୀୟ ଜନତା ପାର୍ଟର ଗଞ୍ଜାମ ଜିଲ୍ଲା ର ସମସ୍ତ କାର୍ଯ୍ୟକର୍ତ୍ତା, ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ସଭାପତି ଓ ପ୍ରତିନିଧି,ବୁତ ସଭାପତି ଙ୍କ ସହିତ ସଦସ୍ୟ,ସଦସ୍ୟା,ମହିଳା ମୋର୍ଚ୍ଚା,ଯୁବ ମୋର୍ଚ୍ଚା,ଏସି ମୋର୍ଚ୍ଚା ସଦସ୍ୟ ସହିତ ବହୁ ବୁଦ୍ଧିଜୀବି,ବିଭିନ୍ନ ଅନୁଷ୍ଠାନ ଉପସ୍ଥିତି ରହି ସ୍ୱର୍ଗତ ଦେବେନ୍ଦ୍ର ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କର ଅମର ଆତ୍ମାର ସୃତି ଚାରଣ ସହିତ ସଦଗତି ପାର୍ଥନା କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ସୃତି ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା