ଡାକରାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
14

ବୁଗୁଡା ,୨୫/୩/୨୫: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଡାକରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ “ଆମ ସଂସ୍କୃତି, ଆମ ଖେଳନା” କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଗୌଡ଼ ଅଧ୍ୟକ୍ଷତା କରିଥଲେ। ମୋଟାବାଡି ପଞ୍ଚାୟତ ସରପଞ୍ଚ ପିଣ୍ଟୁ କୁମାର ସେଠୀ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା, ସମିତି ସଭ୍ୟ ଶିବ ଶଙ୍କର ପ୍ରଧାନ, ରାମଣ୍ଡା କ୍ଲଷ୍ଟର ସିଆରସିସି ସୁଶାନ୍ତ କୁମାର ସେଠୀ, ମୋଟାବାଡି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ, ବେତାରସିଂ ୟୁ ପି ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା, ରାମଣ୍ଡା ୟୁ ପି ସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ଆଚାର୍ଯ୍ୟ, ଅନ୍ତରପଡା ୟୁ ପି ସ୍କୁଲ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନା, କୁଞ୍ଜବବ ସ୍କୁଲ ପ୍ରଧାନ ଶିକ୍ଷକ ରଘୁନାଥ ସେଠୀ, ବେଠିଆବୋରଦା ସ୍କୁଲ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବିଶ୍ବାଳ, ଧୋବା ସ୍ୱାଇଁ, ଜୟନ୍ତୀ ସ୍ୱାଇଁ ଓ ଅନିତା ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଭିବାବକ ବୃନ୍ଦଙ୍କ ସହ ଗ୍ରାମବାସୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲl। ଏହାପରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ଖେଳନା ପଦର୍ଶିତ କରାଯାଇଥିଲା। ଶିକ୍ଷକ ମାନସ ରଞ୍ଜନ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଆଦିତ୍ୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ, ଏବଂ ଶିକ୍ଷୟତ୍ରୀ ସଂଗୀତା କୁମାରୀ ମଲ୍ଲିକ ଓ ପ୍ରଜ୍ଞା ପରିମିତା ପ୍ରିୟଦର୍ଶୀନୀ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ।

LEAVE A REPLY

Please enter your comment!
Please enter your name here