ଦଦରାଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
8

ବୁଗୁଡା, ୨୫/୩/୨୫/: ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଦଦରାଖୋଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ମାର୍ଚ୍ଚ ୨୫ ତାରିଖ ଦିନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗନ୍ତାୟତଙ୍କ ତତ୍ତ୍ୱାବଧାନରେ ଓ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମନୋରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ସିଆରସିସି ଦେବଦତ୍ତ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ବରଡିପଲ୍ଲୀ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ ଓ ଆଦିପୁର ସ୍କୁଲ ର ପ୍ରଧାନ ଶିକ୍ଷକ କାଳୀ ଚରଣ ନାହକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ସଭାପତି ଦଣ୍ଡପାଣି ସାହୁ ଅଧ୍ୟକ୍ଷତା କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପରିଡା ଅଥିତି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ଝୁନୁ କୁମାରୀ ପଣ୍ଡା ଓ ଶିକ୍ଷକ ମହେଶ୍ୱର ବାରିକ ପରିଚାଳନାରେ ସହଯୋଗ କରିଥିଲେ। ସ୍କୁଲ୍ ପରିଚାଳନା କମିଟିର ମେମ୍ବରଙ୍କ ସମେତ ଅଭିଭାବକ ବୃନ୍ଦ ଯୋଗଦେଇଥିଲେ। ଅତିଥି ବୃନ୍ଦ ଅଭିଭାବକଙ୍କ କର୍ତ୍ତବ୍ୟ ବିଷୟରେ କହିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବହୁ ଉପଦେଶ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆମ ସଂସ୍କତି ଓ ଆମ ଖେଳନା କର୍ମଶାଳା କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀମାନେ ସୁନ୍ଦର ଖେଳନା ଓ ଶିକ୍ଷଣ ସାମଗ୍ରୀ ନିର୍ମାଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଶିକ୍ଷକ ଗୁରୁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here