ବୁଗୁଡା ,୨୫/୩/୨୫: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ “ଆମ ସଂସ୍କୃତି, ଆମ ଖେଳନା” କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ସ୍ୱାଇଁ ଅଧ୍ୟକ୍ଷତା କରିଥଲେ। ବିରଞ୍ଚିପୁର ସେବା ସମବାୟ ସମିତି ସମ୍ପାଦକ ଜଟେଶ୍ୱର ନାୟକ ମୁଖ୍ୟ ଅତିଥି, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାସ ମୁଖ୍ୟ ବକ୍ତା ଏବଂ ଆଡଭୋକେଟ ସୀମାଞ୍ଚଳ ନନ୍ଦ ଓ ସିଆରସିସି ଦେବଦତ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କ୍ଲଷ୍ଟର ଅନ୍ତର୍ଗତ ଅନ୍ୟ ସ୍କୁଲର ପ୍ରଧାନ ଶିକ୍ଷକ ବୃନ୍ଦ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ଅଭିବାବକ ବୃନ୍ଦଙ୍କ ସହ ଗ୍ରାମବାସୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲl। ଏହାପରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ଖେଳନା ପଦର୍ଶିତ କରାଯାଇଥିଲା। ଦୁଇ ଛାତ୍ରୀ ଖୁସି ଦଳେଇ ଓ ଶ୍ରଦ୍ଧାଞ୍ଜଳି ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶିକ୍ଷୟିତ୍ରୀ ପ୍ରିୟଦର୍ଶୀନି ଖଡଙ୍ଗା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନିକୁଞ୍ଜ ମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀ ଦେବରାଜ ପ୍ରଧାନ, ସତୀକାନ୍ତ ପ୍ରଧାନ ଓ ଶୁଭସ୍ମିତା ଡାକୁଆ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ।