ପି.ଏମ.ଆଇ.ଏସ. ସ୍କିମ ୨୦୨୫ ପାଇଁ ସଚେତନତା ରାଲି

0
12

ପୋଲସରା, ୨୪/୩/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୩ଟି ୟୁନିଟ (ପୁରୁଷ, ମହିଳା ଓ ଉଭୟ) ପକ୍ଷରୁ ମିଳିତ ଭାବେ ପ୍ରଧାନ ମନ୍ତ୍ରୀ ଇଣ୍ଟର୍ଣସିପ ସ୍କିମ ୨୦୨୫ ଯୋଜନା ର ସୁଯୋଗ ନେବାପାଇଁ ଏକ ଜନସଚେତନତା ରାଲି ମାର୍ଚ୍ଚ ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ରାଲିକୁ କଲେଜ ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ଶୁଭାରମ୍ଭ କରିଥିଲେ। ଜାତୀୟ ସେବା ଯୋଜନାର ଉଭୟ ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶେଖ ଫରିଦ୍ , ପୁରୁଷ ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ଏବଂ ମହିଳା ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ବସନ୍ତ କୁମାର ପାଣି , ଏହି ତିନି ପ୍ରୋଗ୍ରାମ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନଏସଏସ ସ୍ୱେଚ୍ଛାସେବୀ ବୃନ୍ଦ ଯୋଜନା ବିଷୟରେ ସ୍ଲୋଗାନ ଦେଇ ରାଲିରେ ଯାଇ ଜନସଚେତନତା ସୃଷ୍ଟି କରିଥିଲେ। ପିଏମଆଇଏସ ସ୍କିମ ୨୦୨୫ ପାଇଁ ପଞ୍ଜିକରଣ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ଯୁବ ସମାଜ ଆଗେଇ ଆସି ସୁଯୋଗ ହାତଛଡା ନକରିବା ପାଇଁ ସଚେତନ କରାଇଥିଲେ। ଏହି ଯୋଜନାରେ ସରକାରୀ ଷ୍ଟାଇପେଣ୍ଡରେ ଯୁବ ବ୍ୟକ୍ତି ବୃନ୍ଦ ୫୦୦ କମ୍ପାନୀରେ କାର୍ଯ୍ୟକରି ଅନୁଭୂତି ସମ୍ପର୍ଣ୍ଣ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ।

LEAVE A REPLY

Please enter your comment!
Please enter your name here