ବୁଗୁଡା ବନାଞ୍ଚଳ ପଠାଇବ ପୁରୀ ରଥ ଯାତ୍ରା ପାଇଁ ରଥ ନିର୍ମାଣ କାଠ

0
6

ବୁଗୁଡ଼ା ୨୫/୦୩/୨୫ ପୁରୀ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ କାଠ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଖରିଡା ଜଙ୍ଗଲରୁ ବର୍ତ୍ତମାନ ସୁଦ୍ଧା ୫ ଟି ଫାସି ଗଛ ଚିହ୍ନଟ ହୋଇଥିବା ବେଳେ ଅଧିକ ଗଛ ଚିହ୍ନଟ ପାଇଁ କାର୍ଯ୍ୟ ଚାଲୁ ରହିଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନ ଖଣ୍ତର ବୁଗୁଡା ବନାଞ୍ଚଳ ଇଲାକାରୁ ବିଭିନ୍ନ ବର୍ଷ ଶ୍ରୀକ୍ଷେତ୍ରଧାମ ପୁରୀକୁ ରଥ ନିର୍ମାଣ ପାଇଁ ଫାସି କାଠ ଚିହ୍ନଟ କରି ପାଠ ଯାଇଥାଏ। ଗତ ବର୍ଷ ବୁଗୁଡା ବନାଞ୍ଚଳରୁ କୌଣସି କାଠ ରଥ ନିର୍ମାଣ ପାଇଁ ଯାଇନଥିବା ବେଳେ ବିଗତ ବର୍ଷ ୧୧ ଖଣ୍ଡ ଫାସି କାଠ ଗଣ୍ଡି ପଠାଯାଇଥିଲା। ଚଳିତ ବର୍ଷ ପୂଜାପାଠ ଓ ହୋମ ଯଜ୍ଞ ଆଦି ପରେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଖରିଡା ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ଯାଇ ବର୍ତ୍ତମାନ ସୁଦ୍ଧା ୫ ଟି ଫାସି ଗଛ ଚିହ୍ନଟ ହୋଇଛି। ଅଧିକ ଫାସି ଗଛ ଚିହ୍ନଟ ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଛି। ଗଛ ଚିହ୍ନଟ ପରେ ପୁରୀ ଶ୍ରୀମନ୍ଦିର ରଥ ଯାତ୍ରା ପାଇଁ ରଥ ନିର୍ମାଣ କରୁଥିବା କାରିଗର ଆସି ସମ୍ମତି ପ୍ରକାଶ କଲେ ଗଣ୍ଡି ହଣାଯିବ।

LEAVE A REPLY

Please enter your comment!
Please enter your name here