ବୁଗୁଡ଼ା ୨୬/୦୩/୨୫ ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକ ଓ ଏନଏସି ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ା ସ୍ଥିତ ମାଳିଝୋଳା ମନ୍ଦିର ପ୍ରାଙ୍ଗଣରେ ବିଜେଡିର ଏହି ବୈଠକରେ ମଧ୍ୟ କର୍ମକର୍ତ୍ତା ଚୟନ ହୋଇଥିଲା । ଉକ୍ତ ସାଙ୍ଗଠନିକ ବୈଠକରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେଡିର ସାଙ୍ଗଠନିକ ସ୍ଥିତି ଉପରେ ଆଲୋକପାତ କରି ବିଜେଡିକୁ ଅଧିକରୁ ଅଧିକ କିଭଳି ଶକ୍ତିଶାଳୀ କରିହେବ ସେନେଇ ଆଲୋଚନା କରିଥିଲେ। ଏଥି ସହିତ ବିଜେପି ର ଦୁର୍ନୀତି ଓ ଅପାରଗତାକୁ ନେଇ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ବକ୍ତବ୍ୟରେ ଲୋକଙ୍କ ସରକାର କହୁଥିବା ବିଜେପି ସରକାର ର ଦୁର୍ନୀତି ଓ ଭ୍ରଷ୍ଟାଚାର ଦିନକୁ ଦିନ ବଢ଼ି ଚାଲିଛି । ନାରୀ ନିର୍ଯାତନା, ନିର୍ବାଚନ ମଣ୍ଡଳୀର ବିକାଶରେ ବାଧକ, ଧାନମଣ୍ଡିରେ କଟନି ଛଟନିର ବୃଦ୍ଧି ଆଦି ବହୁ ସମସ୍ୟା କୁ ନେଇ ବିଜେଡିର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଖଦାଳ ଖଟେଇ, ମୁକୁନ୍ଦ ନାୟକ, ପୂର୍ବତନ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ବେହେରା ସମେତ ବିଜେଡି ବରିଷ୍ଠ କର୍ମକର୍ତ୍ତା ମାନେ ବିଜେପି ବିରୋଧ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବୁଗୁଡ଼ା ବ୍ଲକ ଓ ଏନଏସି ର ବିଜେଡି କର୍ମକର୍ତ୍ତା ଓ ଶତାଧିକ କର୍ମୀ ସାମିଲ ହୋଇଥିଲେ। ସହମତି କ୍ରମେ ବ୍ଲକ ସଭାପତି ଭାବେ ଖଦାଳ ଖଟେଇ, କାର୍ଯ୍ୟକାରୀ ସଭାପତି ଭାବେ କବିରାଜ ଗୌଡ଼ ଓ ସମ୍ପାଦକ ଭାବେ ହରିହର ବିଷୋୟୀ ଏବଂ ନଗର ସଭାପତି ଭାବେ କେ. ତ୍ରିଲୋଚନ ଦୋରା, କାର୍ଯ୍ୟକାରୀ ସଭାପତି ଭାବେ ମନୋରଞ୍ଜନ ଦାସ ଓ ସମ୍ପାଦକ ଭାବେ ଅମରେନ୍ଦ୍ର ସେନାପତି ଙ୍କ ନାମ ବିଜେଡି କାର୍ଯ୍ୟାଳୟକୁ ପଠାଯାଇଛି।ପରେ ନାମ ଅନୁମୋଦନ ହୋଇ ଆସିବା ପରେ ଅନ୍ୟାନ୍ୟ ପଦବୀ ନେଇ ଆଲୋଚନା କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ।