Home ବ୍ରହ୍ମପୁର ସ୍ପେଶାଳ ମତାଝରି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ମତାଝରି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
16

ବୁଗୁଡା, ୨୬/୩/୨୫ : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମତାଝରି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଓ ଆମ ଖେଳନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା କୁମାରି ପ୍ରଧାନ ଅଧ୍ୟକ୍ଷତା କରଥିଲେ। ତାକରଡ଼ା ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟ ଅତିଥି, ଏବଂ ସିଆରସିସି ଅନନ୍ତ କୁମାର ସାହୁ, ନରସିଂହ ପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଳିୟ ସାମଲ, ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ନାୟକ, ଏସଏମସି ସଭାପତି ବିନୋଦ ଚନ୍ଦ୍ର ସେନାପତି, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା କୁମାରୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ସମସ୍ତ ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବା ସହିତ ସଂସ୍କୃତି ଓ ପରମ୍ପରା ସଂପର୍କରେ ଅବଗତ କରାଇଥିଲେ। ଅଭିଭାବକ ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମସ୍ତ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ମୀରା ରାଣୀ ଦିହୁଡ଼ି ଧନ୍ୟବାଦ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!