ବୁଗୁଡା ୨୭/୩/୨୫: ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲିପଦର କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ଉନ୍ନୟନ କର୍ମଶାଳା ଉଦଯାପିତ ହୋଇଯାଇଛି। ମାର୍ଚ୍ଚ ୨୬ ଓ ୨୭ ତାରିଖ ଦୁଇ ଦିନ ପାଇଁ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କ ଦ୍ୱାରା ଆଞ୍ଚଳିକ ଶିଳ୍ପୀଙ୍କ ସହଯୋଗରେ ଏଫଏଲଏନ ସ୍ତରର, ଶିକ୍ଷାର୍ଥୀମାନଙ୍କ ସକାଶେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱଜିତ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆବଶ୍ୟକ ସାମଗ୍ରୀ, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଇବା ସହ କର୍ମଶାଳା ଉତ୍ତମ ଭାବେ ସମାପ୍ତ ହୋଇଥିଲା। କର୍ମଶାଳା ଅନୁଷ୍ଠିତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଳାରାଣୀ ଦାଶଙ୍କ ସମେତ ଅନ୍ୟ ସମସ୍ତ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ରଥ କର୍ମଶାଳା ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ।