ଚିରିକିପଡା ଶାସନର ଏକ ଜମିରୁ ମୃତ ଦେହ ଉଦ୍ଧାର।

0
12

ପୋଲସରା ୨୭/୦୩/୨୫ ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ହାତାଶଙ୍ଖ ନିକଟସ୍ଥ ଏକ ଜମିରୁ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ଜଣଙ୍କ ପୋଲସରା ପୋଲିସ ଥାନା ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମର ରଞ୍ଜନ ଡାକୁଆ ହୋଇଥିବା ଜଣାପଡିଛି। ଖବର ପାଇ ପୋଲସରା ଆଇଆଇସି କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ମର ଶରୀର ଜବତ କରିବା ସହ ୬/୨୫ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ନିକଟରେ ବାନ୍ତି କରିଥିବା ଓ ପାଟିରୁ ଫେଣ ବାହାରିଥିବା ଯୋଗୁଁ ବିଷପାନ ଜନିତ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here