ପୋଲସରା, ୨୮/୦୩/୨୫ : ପୋଲସରା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ “ପିଏମ୍ ଶ୍ରୀ” ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ ପ୍ରଧାନ ଶିକ୍ଷକ ତଥା ବିଇଓ ଶଙ୍କର୍ଷଣ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମାର୍ଚ୍ଚ ୨୮ ତାରିଖ ଦିନ ଆରମ୍ଭ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ରତନୀ ଠାକୁରାଣୀ ମନ୍ଦିରରେ ପହଞ୍ଚିବାପରେ ମାଁଙ୍କ ମନ୍ଦିରରେ ଜ୍ୟୋତି ପ୍ରଜ୍ବଳନ କରି କ୍ରୀଡ଼ା ମଶାଲାକୁ ଧରି ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଶୁଭ ଉଦଘାଟନ କରିଥିବାବେଳେ, ବିଦ୍ୟାଳୟର ପୁର୍ବତନ ଶିକ୍ଷକ ସୁରେନ୍ଦ୍ର ନାଥ ପାଢ଼ି, ପୁର୍ବତନ ପ୍ରଧାନ ଶିକ୍ଷକ ନିରଂଜନ ରାଉତ, ଏସ୍ଏମସି ସଭାପତି ରତ୍ନାକର ସାହୁ ଓ ସଂପାଦକ ରବିନ୍ଦ୍ର ସାହୁ ଓ ଶିକ୍ଷକ ପ୍ରଭାକର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିବୃନ୍ଦ ସରକାରଙ୍କ ଏଭଳି କ୍ରୀଡ଼ା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କ୍ରୀଡ଼ାରେ ଭାଗନେଇଥିବା ପ୍ରତିଯୋଗୀମାନଙ୍କ ସଫଳ କାମନା କରିଥିଲେ। ଏହି ଅବସରରେ କ୍ରୀଡା ଶପଥ ପାଠ କରାଯାଇଥିଲା। କ୍ରୀଡ଼ା ଶିକ୍ଷକ ଜ୍ଞାନରଂଜନ ଜାଲିଙ୍କ ପରିଚାଳନା ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ବିଦ୍ୟାଳୟର ଖେକ ପଡିଆରେ ବିଭିନ୍ନ ପ୍ରକାର ଖେଳ ଆରମ୍ଭ ହୋଇଥିଲା। ସଭାକାର୍ଯ୍ୟକୁ ବିଜ୍ଞାନ ଶିକ୍ଷକ ଡ. ଅମରେଶ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଉପସ୍ଥିତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରିମାନେ ସହଯୋଗ କରିଥିଲେ।