ପୀଡ଼ିତାଙ୍କୁ ନ୍ୟାୟ ନଦେଲେ ଆନ୍ଦୋଳନ : ପୂର୍ବତନ ଶ୍ରମମନ୍ତ୍ରୀ,

0
14

ବୁଗୁଡ଼ା ୨୮/୦୩/୨୫ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ଭଳି ସଂଙ୍ଗିନ୍ ଘଟଣାକୁ ନେଇ କଂଗ୍ରେସ ପାର୍ଟି ବିଧାନସଭା ଘେରାଉ କରି ଜନ ଆନନ୍ଦୋଳକୁ ଓହ୍ଲାଇ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗ ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ନିରଞ୍ଜନ ଗୌଡ଼ ସେହି ଗ୍ରାମର ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ହରଡ଼ଘଣାରେ ପଡ଼ି ଥିବା ଚର୍ଚ୍ଚାର ବିଷୟ ହୋଇଅଛି । ଏନେଇ ପୀଡ଼ିତା ଜଣଙ୍କ ବୁଗୁଡା ଥାନାରେ ଅଭିଯୋଗ କରିବା ପରେ ପିଡିତାଙ୍କ ଡାକ୍ତରୀ ମାଇନା ଶେଷ ହୋଇଥିବା ବେଳେ ଅଭଯୁକ୍ତ ନିରଞ୍ଜନ ଗୌଡ଼ଙ୍କୁ ଥାନାକୁ ଆଣି ଡାକ୍ତରୀ ମାଇନା ନକରି ଚାପର ବଶବର୍ତ୍ତୀ ହୋଇ ତାଙ୍କୁ ଛାଡିଦେଇ ପୋଲିସ ଦୁଷ୍କର୍ମ ଘଟାଣାକୁ ଚପାଇ ଦେବାକୁ ମସୁଧା କରୁଥିବା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି । ଏହାକୁ ନେଇ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୀଡ଼ିତାଙ୍କ ଘରକୁ ଯାଇ ଦୁଖଃ ପ୍ରକାଶ କରି ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ପରେ ଉକ୍ତ ଦୁଷ୍କର୍ମ ଘଟଣାକୁ ନେଇ ବୁଗୁଡା ଥାନା ଅଧିକାରୀଙ୍କୁ ଭେଟି ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ଗୌଡ଼ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହା ସହିତ ଚାପର ବଶବର୍ତ୍ତୀ ହୋଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକଙ୍କ ଉପରେ ବର୍ଷିଥିଲେ। ଯଦି ସପ୍ତାହ ମଧ୍ୟରେ ପିଡିତାକୁ ନ୍ୟାୟ ପ୍ରଦାନରେ ପୋଲିସ ଅବହେଳା କରେ ତାହାହେଲେ ଆଇନର ଆଶ୍ରୟ ନେବା ସହ ପୋଲିସ ଥାନା ଘେରାଉ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଚେତାବନୀ ଦେଇଛନ୍ତି। ମନ୍ତ୍ରୀଙ୍କ ସହ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ଆଡଭୋକେଟ କେ ତ୍ରିଲୋଚନ ଦୋରା, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ମୁକୁନ୍ଦ ନାୟକ, ଆଇନଜୀବୀ ରବିନ୍ଦ୍ର ପଣ୍ଡା, ସତ୍ୟନାରାୟଣ ଆଚାରୀ, କରସିଙ୍ଗି ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ବିଶ୍ବାଳ, ସୁଶାନ୍ତ ସ୍ବାଇଁ, ସଂଗ୍ରାମ କେଶରୀ ଗୁରୁ, ମନ୍ମଥ ସାମଲ, କାର୍ତ୍ତିକ ସାହାଣୀ, ସୁବ୍ରତ ରାଖଲ ଦାସ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here