୫ମ ବୁଲ୍ଟୁ ସ୍ମାରକୀ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0
14

ବ୍ରହ୍ମପୁର, ୨୮/୦୩/୨୦୨୫:ଆଜି ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳ ପଡିଆ ରେ ୫ମ ବୁଲ୍ଟୁ ସ୍ମାରକୀ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବାସ୍କେଟବଲ ଲଭର୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ଗଞ୍ଜାମ ଜିଲ୍ଲାର ୮ଟି ପୁରୁଷ ଦଳ ଏବଂ ୪ଟି ମହିଳା ଦଳ ଭାଗ ନେଇଥିବା ମୋଟ ୨୨ଟି ମ୍ୟାଚ୍ ଖେଳା ଯିବର କାର୍ଯ୍ୟକ୍ରମ ରହିଛି।ଆଜି ର ଉଦଘାଟନ ଦିବସ ରେ ମୁଖ୍ୟ ଅତିଥି ଭାବେ ପୋଲିସ ହାବିଲଦାର ଓ କନେଷ୍ଟବଳ ମହାସଂଘ ର ପୂର୍ବତନ ସଭାପତି ସନ୍ତୋଷ କୁମାର ଶତପଥୀ ଯୋଗ ଦେଇ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ।ମୁଖ୍ୟ ଅତିଥି କ୍ରିଡାବିତ୍ ମାନଙ୍କୁ ଖେଳ ରେ ସୁନାମ ଅର୍ଜନ କରିବା ସହ ଉତ୍ତରତ୍ତୋର କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପୋଲିସ ଓ କନେଷ୍ଟବଳ ମହାସଂଘ ର କୋଷାଧ୍ୟକ୍ଷ ଗୌରୀ ମିଶ୍ର, ବ୍ରହ୍ମପୁର ପୋଲିସ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ର ସଂପାଦକ ପ୍ରଶାନ୍ତ କୁମାର ମାର୍ଥା ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ବାସ୍କେଟବଲ ଖେଳାଳୀ ଜି.କେ. ପ୍ରସାଦ, ସୁଧିର ବିଶ୍ବାଳ,ରଜତ ମିଶ୍ର, ଜୁବଲା ସାମନ୍ତରାୟ, ଅଜିତ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।ରେଫ୍ରି ଭାବେ କାଜଲ ସାହୁ, ସୁଧିର ପରିଡା, ଦିପ୍ତି ସାହୁ, ଦୀପକ ଯୋଗ ଦେଇଥିବା ବେଳେ ବାପି,ମିତେନ ଭୂୟାଁ, ସ୍ବାଧୀନ, ଲିଟୁ,ଆଦିତ୍ୟ ପ୍ରମୁଖ ସହଯୋଗ କରିଥିଲେ ।ଆଜିର ଉଦଘାଟନୀ ମ୍ୟାଚ୍ ରେ ଷ୍ଟ୍ରମ ବ୍ରେକର୍ ଏବଂ ବ୍ରହ୍ମପୁର ଫ୍ରୋନିକ୍ସ ବିଜୟ ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here