ବୁଗୁଡା, ୨୮/୩/୨୫ : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ମାର୍ଚ୍ଚ ୨୪ ତାରିଖ ଦିନ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କ ପାଞ୍ଚ ଦିନିଆ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ମାର୍ଚ୍ଚ ୨୮ ତାରିଖ ଦିନ ସମାପ୍ତ ହୋଇଯାଇଛି। ଉଦଯାପିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସହକାରୀ ଶିକ୍ଷକ ଦେବଦତ୍ତ କହଁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମାଷ୍ଟର ଟ୍ରେନର ଭାବେ ବନିତା ସେଠୀ ଓ ପିଙ୍କି ପାତ୍ର ଯୋଗଦେଇ ପ୍ରାଥମିକ ସ୍ତରର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଏବଂ ମାଧ୍ୟମିକ ସ୍ତରର ନବମ ଓ ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ପାଞ୍ଚ ଦିନ ବ୍ୟାପି ଆତ୍ମ ସୁରକ୍ଷାର କୌଶଳ ତାଲିମ ପ୍ରଦାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ବାବୁ ପ୍ରଧାନ ଓ ଜ୍ୟୋତି ପ୍ରକାଶ ପ୍ରଧାନ ଏବଂ ଶିକ୍ଷୟିତ୍ରୀ ସୁପ୍ରଭା ମହାପାତ୍ର ଓ ସୁଦେଷ୍ଣା ପ୍ରଧାନଙ୍କ ସହ କର୍ମଚାରୀ ଆଦ୍ୟାଶକ୍ତି ଦାଶ ଉପସ୍ଥିତ ଥିଲେ।