ତାକରଡା କ୍ଲଷ୍ଟର ପକ୍ଷରୁ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା

0
11

ବୁଗୁଡ଼ା ୨୯/୩/୨୫ : ବୁଗୁଡା ବ୍ଳକର ତାକରଡା କ୍ଲଷ୍ଟର ଅନ୍ତର୍ଗତ ମତାଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଦୁଇ ଦିନିଆ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା ସିଆରସିସି ଅନନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାର୍ଚ୍ଚ ୨୮ ଓ ୨୯ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ ତାକରଡା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକୟତ୍ରୀ ବୃନ୍ଦଙ୍କ ଦ୍ବାରା ଆଞ୍ଚଳିକ ଶିଳ୍ପିଙ୍କ ସହାୟତାରେ ଏଫଏଲଏନ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀ ଗୃହ ଶିକ୍ଷାଦାନକୁ ସହଜ, ସରଳ, ସୁଗମ ଓ ଆନନ୍ଦମୟ କରିବା ଲାଗି ବିଦ୍ୟାଳୟ ଓ ଗ୍ରାମ ପରିବେଶରୁ ମିଳୁଥିବା ଉପାଦାନକୁ ନେଇ ପ୍ରସ୍ତୁତି ଓ ବ୍ୟବହାର କରି ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଏହାର ଉପଯୋଗ କରି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ ସହାୟକ ହୁଅନ୍ତୁ ବୋଲି ବରିଷ୍ଠ ଶିକ୍ଷକ ରବୀନ୍ଦ୍ର କୁମାର ପାତ୍ର ପରାମର୍ଶ ଦେଇଥିଲେ। ସିଆରସିସି ଅନନ୍ତ କୁମାର ସାହଙ୍କ ତତ୍ତ୍ୱାବଧାନରେ ଅବଶ୍ୟକ ସାମଗ୍ରୀ, ଖାଦ୍ୟ, ପାନୀୟ ର ବ୍ୟବସ୍ତା କରାଇବା ସହିତ କର୍ମଶାଳା ସୁଚାରୁରୁପେ ସମାପ୍ତୀ ହୋଇ ଥିଲା। ଉପକରଣ ଗୁଡିକୁ ଦେଖି ଉଚ୍ଚକୋଟୀର ବୋଲି ପ୍ରଶଂଶିତ କରିଥିଲେ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସେଠୀ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here