ବୁଗୁଡ଼ା, ୨୯/୦୩/୨୫ ବାଲିପଦର ମାତୃଗିରୀରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୪ତମ ବାର୍ଷିକ ଉତ୍ସବ ଓ ଅଭିଭାବକ ସମ୍ମିଳନୀ ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପରିଚାଳନା ପରିଷଦର ସଭାପତି ନାରାୟଣ ସାମନ୍ରରା ଅଧ୍ୟକ୍ଷତା କରିଥିଲେ। ମୁଖ୍ଯ ଅତିଥି ଭାବେ ବାଲିପଦର ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ଯୋଗଦେଇ ଥିବାବେଳେ ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ କୃତିବାସ ବିଶ୍ବାଳ, ବଣିକସଂଘ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ବାଲିପଦର କଲେଜର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ସିଆରସିସି ବିଶ୍ବଜିତ ପରିଡା ଏବଂ ସମ୍ମାନିତ ଅତିଥି ଭାବେ ବିଶ୍ବନାଥ ରଣା, ପ୍ରକାଶ ଚନ୍ଦ୍ର ଋଥ, ଡି. ଗୋପାଳ ଆଚାରୀ, କେ ସମିତ୍ ପାତ୍ର, ଏ.ସରଭିସ୍ ଆଚାରୀ, ଜି.ସଂଜିବ କୁମାର ପାତ୍ର, ଡାକ୍ତର ବିକାଶ ପାତ୍ର, ଦିଲ୍ଲୀପ କୁମାର ଖାଡଙ୍ଗା ଯୋଗଦେଇ ଉଦବୋଧନ ଦେଇ ଥିଲେ। ଛାତ୍ରଛାତ୍ରୀ ବୃନ୍ଦଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ସିଲଡ଼ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ଗୁରୁମା ଗୁରୁ ଭାଇ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ଯକ୍ଷା ନୟନୀ ମହାରଣା ଧନ୍ଯବାଦ ଅର୍ପଣ କରିଥିଲେ।