ବୁଗୁଡା, ୨୯/୩/୨୫ : ଓଡ଼ିଶା ରକ୍ତଦାତା ମହାସଂଘ ଓ ସେଣ୍ଟ୍ରାଲ ଟୁଲ ଟ୍ରେନିଂ ସେଣ୍ଟର୍, ପଟିଆ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ରକ୍ତ ଦାନ କରି ଏହି ଶିବିରରେ ୧୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରକୁ ଅନୁଷ୍ଠାନର ମୁଖ୍ୟ ଉଦଘାଟନ କରିଥିଲେ । ରାଜ୍ୟର ଦୁଇଟି ରକ୍ତ ଭଣ୍ଡାର ଯଥା କ୍ୟାପିଟାଲ ରକ୍ତ ଭଣ୍ଡାର ଓ ରେଡକ୍ରସ ଭୁବନେଶ୍ୱର୍ ରକ୍ତଭଣ୍ଡାର ଉଭୟଙ୍କ ମୁଖ୍ୟ ଡାକ୍ତର ଦେବାଶିଷ ମିଶ୍ର ଓ ଡାକ୍ତର ବେଉରା ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ସିଟିଡ଼ିଶି ଭୁବନେଶ୍ୱରର ଶଶାଙ୍କ ସାହୁ, ଏସ କେ ରାଉତ ସମସ୍ତେ କାର୍ଯ୍ୟକ୍ରମ ସଫଳତା ଦିଗରେ କାର୍ଯ୍ୟକ୍ରମ କରିଥିଲେ । ଓଡ଼ିଶା ରକ୍ତଦାତା ମହାସଂଘର ସମ୍ପାଦକ ତ୍ରିଲୋଚନ ଦାଶ ସମସ୍ତ ବ୍ୟବସ୍ଥା କୁ ସଞ୍ଚାଳନ କରିବା ସହିତ ଆଗାମୀ ଦିନ ରେ ସାରା ରାଜ୍ୟ ଏହି ଭଳି ଶିବିର ଆୟୋଜନ କରିବା ପାଇଁ କହିଥିଲେ । ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସମସ୍ତଙ୍କୁ ଜୀବନ ରକ୍ଷାକରି ରକ୍ତଦାନ କରିଥିବାରୁ ଧନ୍ୟବାଦ୍ ଜଣେଇଥିଲେ। ଆଗାମୀ ଦିନରେ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ରକ୍ତଦାନ ଶିବିର ଆୟୋଜନକୁ ନେଇ ଯୋଜନ କରାଯାଉଥିବା ମହାସଂଘ ସଭାପତି ଅକ୍ଷୟ କୁମାର ରାଉତ ପ୍ରକାଶ କରିଥିଲେ ।