କାନସୁକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
7

ବୁଗୁଡା, ୩୦/୩/୨୫ : ବୁଗୁଡା ବ୍ଲକ ଅନ୍ତର୍ଗତ କାନସୁକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗୌଡ଼ିଆ ବୋରଦା ସରପଞ୍ଚ ସୁନ୍ଦରୀ ମହାରଥା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଲିଲି ବିଷୋୟୀ, ଏସଏମସି ସଭାନେତ୍ରୀ ପ୍ରମିଳା ବିଷୋୟୀ , ସିଆରସିସି ଦିଲୀପ କୁମାର ବେହେରା, ମାନସ ରଞ୍ଜନ ସେଠୀ, ସିମାଞ୍ଚଳ ସେଠୀ, ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କମିଟି ମେମ୍ବର ବୃନ୍ଦ ଓ ଅଭିଭାବକ ବୃନ୍ଦ ଯୋଗଦେଇ ସହଯୋଗ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱରା ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ଆମ ସଂସୃତି ଓ ଆମ ଖେଳନା ପ୍ରଦର୍ଶନ କରାଯାଇଥିଲା। ଏ. ସତ୍ୟ ନାରାୟଣ ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ସିନୁ ପାତ୍ର ଓ ପ୍ରଶାନ୍ତ ରଥ ଅଥିତି ସତ୍କାର ଏବଂ ବିନାୟକ ନାୟକ ଓ ଡି ବାସୁଦେବ ଦୋରା ମଞ୍ଚ ପରିଚାଳନା ଏବଂ ରଚିତା ଦିଦି ସମସ୍ତ ଅତିଥି ମାନଙ୍କୁ ଅଭ୍ୟର୍ଥନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here