ପୋଲସରା ଓ ବୁଗୁଡ଼ା ୩୦/୦୩/୨୫ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଆଜି ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡା ବ୍ଳକରେ ଭିନ୍ନକ୍ଷମ ଓ ବିଧବା ପରିବାରକୁ ସରକାରଙ୍କ ଅଣ୍ଟେଦ୍ୟୟ ଗୃହ ଯୋଜନାର କାର୍ଯ୍ୟାଦେଶ ୫୩୧ ଜଣଙ୍କୁ ବଣ୍ଟନ କରାଯାଇଛି । ବୁଗୁଡ଼ା ବ୍ଳକର କାର୍ଯ୍ୟକ୍ରମ ବିଡ଼ିଓ ଦୁତୀକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ୧୨୬ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ପୋଲସରା ବ୍ଲକର କାର୍ଯ୍ୟକ୍ରମ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ୪୦୫ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥିଭାବେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ଶୁଭାରମ୍ଭ କରି ପୋଲସରା ବ୍ଲକର ୪୦୫ ଜଣ ଏବଂ ବୁଗୁଡ଼ା ବ୍ଲକର ୧୨୬ ଜଣ ହିତାଧିକାରୀ ଙ୍କୁ ଗୃହ କାର୍ଯ୍ୟଦେଶ ପ୍ରଦାନ କରିଛନ୍ତି। ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ସହିଦ ପରିବାର ବ୍ୟକ୍ତି, ଦୁରାରୋଗରେ ପୀଡ଼ିତ ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡରେ ଗୃହ ହରାଇଥିବା ବ୍ୟକ୍ତି ସାମିଲ ହୋଇପାରିବେ । ଏହି ଯୋଜନା ମାଧ୍ଯମରେ କେହିବି ବଞ୍ଚିତ ରହିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ବିଜେପି ଯୁବ ନେତା ସିମାଞ୍ଚଳ ସାହୁ ଏବଂ ବୁଗୁଡ଼ା ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ହର ସାହୁ, ମଦନ ଗୋପାଳ ଦୋରା, ସିମାଞ୍ଚଳ ନନ୍ଦ ସମେତ ବହୁ ସରପଞ୍ଚ, ସମିତି ମେମ୍ବର ଉପସ୍ଥିତ ଥିଲେ। ଦୁଇ ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।