ବାଲିପଦର ହାଇ ସ୍କୁଲର ୧୯୯୩ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

0
10

ବୁଗୁଡା, ୩/୪/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବାଲିପଦର ହାଇ ସ୍କୁଲର ୧୯୯୩ ବ୍ୟାଚର ମାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୋନପୁର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୩୦ ଜଣ ପୂର୍ବତନ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଥିଲେ। ଏହି ଅବସରରେ ଜି.ଶିବାଜୀ କୁମାର ପାତ୍ର ଓ ବିଦ୍ୟାଧର ସେଠୀଙ୍କ ସଂଯୋଜନାରେ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ସରୋଜ କୁମାର ବିଷୋୟୀ ଓ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ସୂର୍ଯ୍ୟ ନାରାୟଣ ଜେନାଙ୍କ ସଭାପତିତ୍ବରେ ଛାତ୍ର ଜୀବନର ଅନୁଭୂତିକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସ୍କୁଲ ସମୟର ବିଶେଷ ସ୍ମୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ରାମ ଚନ୍ଦ୍ର ମହାନ୍ତି, ଶ୍ରୀକାନ୍ତ କୁମାର ପଣ୍ଡା, ଲିଲି ପଣ୍ଡା, ନମିତା ଗୌଡ, ସୁନିଲ କୁମାର ବେହେରା, ସୁନିଲ କୁମାର ସେନାପତି, ଗୋପାଳ ଗୌଡ, ନିରଞ୍ଜନ ପ୍ରଧାନ, ବୁଲୁ ବଡୁ, ଲଗ୍ନଜିତ ପରିଡ଼ା, ରବି ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶିବ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here