ନିଶାସକ୍ତ ଓ ଦାରିଦ୍ର୍ୟତା ଯୋଗୁଁ ବିଷ ପାନକରି ମୃତ୍ୟୁ

0
12

ବୁଗୁଡ଼ା ୦୬/୦୪/୨୫ ବିଷପାନ କରି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବ୍ଯକ୍ତି ଜଣଙ୍କ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ରଙ୍କନିଧି ଘଡେ଼ଇ। ବହୁ ଦିନ ଧରି ତାଙ୍କର ସ୍ବାସ୍ଥ୍ୟ ଖରାପ ଥିଲା। ଦାରିଦ୍ର୍ୟତା ଯୋଗୁଁ ଉପଯୁକ୍ତ ଚିକିତ୍ସା ହୋଇପାରୁନଥିଲା।ଏଣେ ସେ ଥିଲେ ଜଣେ ନିଶାସକ୍ତ ବ୍ୟକ୍ତି। ଖରାପ ସ୍ବାସ୍ଥ୍ୟ ଦେଖାଇବା ପାଇଁ ଆବଶ୍ୟକୀୟ ଅର୍ଥ ନଥିବା ଫଳରେ ଯନ୍ତ୍ରଣା ସହ୍ୟ କରିନପାରି ରଙ୍କନିଧି ମଦ ସହିତ କୈାଣସି ବିଷ ମିଶାଇ ପିଇଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ରଙ୍କନିଧିଙ୍କୁ ବୁଗୁଡ଼ା ମେଡିକାଲ ଆଣିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ବୁଗୁଡା ଥାନା ପୋଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ, ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ବିଷୟରେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here