ବ୍ରହ୍ମପୁର,୦୭/୦୪/୨୦୨୫:ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଭାଟକୁମରଡ଼ା ମଣ୍ଡଳ ପକ୍ଷରୁ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତିନିଧି କୋରାନାଥ ସ୍ବାଇଁ ଯୋଗ ଦେଇଥିଲେ । ଏହି ଅବସରରେ ବିଜେପି କିଭଳି ପ୍ରତିଷ୍ଠା ହୋଇ କମ ସମୟ ମଧ୍ୟରେ ଲୋକଙ୍କ ଭଲପାଇବା ପାଇଛି ତାହାକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ସାରା ଦେଶରେ ବିଜେପିର ଲୋକପ୍ରିୟତାକୁ ଦେଖି ଓଡ଼ିଶାବାସୀ ବିଜେପିକୁ ଶାସନଭାର ପ୍ରଦାନ କରିଛନ୍ତି । ଦୀର୍ଘ ୨୪ ବର୍ଷ ପରେ ଓଡିଶାରେ ବିଜେପି ସରକାର ଆସିଛି । ବିଜେପି ସରକାରରେ ଲୋକଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଏହାଛଡ଼ା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଭାଟକୁମରଡ଼ା ମଣ୍ଡଳରେ ବିଜେପି ଆହୁରି ଶକ୍ତିଶାଳୀ କିଭଳି ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । କିଛି ବିଜେପି କର୍ମୀଙ୍କ ଅସନ୍ତୋଷ ଯୋଗୁଁ ସେମାନେ ବିଧାୟକଙ୍କୁ ବିରୋଧ କରି ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ତାହା ହେବାକୁ ଦିଆଯିବ ନାହିଁ। ଖୁବଶୀଘ୍ର ଦଳର କର୍ମୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷକୁ ଦୂର କରିବା ନିମନ୍ତେ ରାଜ୍ୟ ନେତୃବର୍ଗ ପଦକ୍ଷେପ ନେବାକୁ ଦଳର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । କିଛି କର୍ମୀଙ୍କ ମଧ୍ୟରେ ବିଧାୟକଙ୍କୁ ନେଇ ରହିଥିବା ଅସନ୍ତୋଷ ଯଥାଶୀଘ୍ର ଦୂର ହେବ ବୋଲି କହିଛନ୍ତି ବିଧାୟକଙ୍କ ପ୍ରତିନିଧି । ଅସନ୍ତୋଷ ଦୂର ହେବା ପରେ ସମସ୍ତେ ଏକାଠି ହୋଇ କାମ କରିବେ । ଲୋକ ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କିଭଳି ସୁଫଳ ପାଇବେ ସେ ନେଇ ସମସ୍ତ କର୍ମୀ ଲାଗି ପଡ଼ିବେ । ଯଦି କୌଣସି କର୍ମୀଙ୍କ କିଛି ଅସନ୍ତୋଷ କିମ୍ବା ଅଭିଯୋଗ ରହିଛି ସେମାନେ ସିଧାସଳଖ ବିଧାୟକଙ୍କୁ ଭେଟି ସେ ସମ୍ପର୍କରେ କହିପାରିବେ ବୋଲି କହିଛନ୍ତି ବିଧାୟକଙ୍କ ପ୍ରତିନିଧି । ଏହି କାର୍ଯ୍ୟକ୍ରମକୁ ଭାଟକୁମରଡ଼ା ମଣ୍ଡଳ ସଭାପତି ପ୍ରସନ୍ନ କୁମାର ବେହେରା ପରିଚାଳନା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଣ୍ଡା , ଭାଟକୁମରଡା ଗ୍ରାମର ପୂର୍ବତନ ସରପଞ୍ଚ ତଥା ସମିତିସଭ୍ୟ ସୁରେନ୍ଦ୍ର ଚନ୍ଦ୍ର ଦାସ। , ଯୁବ ସମାଜ ସେବୀ ସୁନିଲ କୁମାର ଦାସ (କାଳିଆ), ନିର୍ମଳ ଚନ୍ଦ୍ର ସାହୁ , ଇନ୍ଦ୍ର ନାହାକ , ମାନସ ଗଉଡ , ଅନୀଲ ନାହାକ , ଜଗତ ପଣ୍ଡା ,ଟୁଟୁ ପ୍ରଧାନ , ବାବୁ ନାହାକ , ଅରୁଣ କୁମାର ସ୍ବାଇଁ, ଦେବରାଜ ମଣ୍ଡଳ , ମୁନ ନାହାକ, ଶିବରାମ ନାହାକ , ବିମଲ୍ କୁମାର ଦାସ , ସୁଦାମ ସ୍ବାଇଁ, ଶେଖର ଦାସ , ରମେଶ ନାହାକ ,ସୁରେଶ ପଣ୍ଡା ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଭାଟକୁମରଡ଼ା ମଣ୍ଡଳ ପକ୍ଷରୁ ବିଜେପିର ପ୍ରତିଷ୍ଠା ଦିବସ ପାଳିତ