ବ୍ରହ୍ମପୁର,୦୭/୦୪/୨୦୨୫:
ଗତକାଲି ପୁରୀ ସିଂହ ଦ୍ବାର ସମ୍ମୁଖରେ “ବଡ ଖବର” ର ସାମ୍ବାଦିକା ଲୀନୁ ନାୟକ ଓ କ୍ୟାମେରାମେନ୍ ଶିବ କିଶୋର ପଲାଇ ଙ୍କୁ ସେଠିକାର କିଛି ସେବାୟତ, ଅଣ ସେବାୟତ ମାନେ ଖବର ସଂଗ୍ରହ ସମୟରେ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟ ଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ସଂପୃକ୍ତ ସେବାୟତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହି ଘଟଣାରେ ବ୍ରହ୍ମପୁର ରେ କାର୍ଯ୍ୟରତ ସାମ୍ବାଦିକ ଓ ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା, ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଆଜି ଏହାର ଦୃଢ଼ ପ୍ରତିବାଦ କରାଯିବା ସହ ଦକ୍ଷିଣାଞ୍ଚଳ ରାଜସ୍ବ
କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
କରାଯାଇଛି।”ବଡ ଖବର’ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦିଗାମ୍ବର ମହାରଣା ଙ୍କ ନେତୃତ୍ୱ ରେ ଜିଲ୍ଲା ସଭାପତି ବିଶ୍ବନାଥ ମହାରଣା, ବ୍ରହ୍ମପୁର ପ୍ରେସ କ୍ଲବ ସମ୍ପାଦକ ପ୍ରହଲ୍ଲାଦ ସାହୁ, କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା,ରାଜ୍ୟ ସାମ୍ବାଦିକ ସଂଘ ର କୋଷାଧ୍ୟକ୍ଷ ନୀଳାଚଳ ସାହୁ ଙ୍କ ସମେତ ବହୁ କାର୍ଯ୍ୟରତ ସାମ୍ବାଦିକ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ରାଜସ୍ବ କମିଶନର ଙ୍କ ଅନୁପସ୍ଥିତ ରେ ଅନୁସଚିବ ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅସିତ୍ ପଣ୍ଡା,କାଳିପ୍ରସାଦ ରଥ,ବିଶ୍ବନାଥ ପଟ୍ଟନାୟକ, ରାଜେନ୍ଦ୍ର ସାହୁ, ମୃତ୍ୟୁଞ୍ଜୟ ସାହୁ, ରୂପକ ମହାନ୍ତି,ସନ୍ନ୍ୟାସୀ ଗୌଡ, ସିମଞ୍ଚାଳ ସାହୁ, ରାଧାଶ୍ୟାମ ଆଚାର୍ଯ୍ୟ,ମନୋଜ କୁମାର ପଣ୍ଡା, ଅମର ଦାସ,ନାରାୟଣ ମହାଙ୍କୁଡ ଙ୍କ ସମେତ ବହୁ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ପୁରୀ ସାମ୍ବାଦିକା ଙ୍କୁ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ରେ ବ୍ରହ୍ମପୁର କାର୍ଯ୍ୟରତ...