ବ୍ରହ୍ମପୁର,୦୭/୦୪/୨୦୨୫:ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି।ଉକ୍ତ ଗାଁର ମାଆ ସହ ୨୦ ବର୍ଷୀୟା ଝିଅ ଓ ୨୩ ବର୍ଷୀୟ ପୁଅ ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି।ମୃତକଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତ୍ର ସମୟରେ ମାଆ ମାମ୍ମି ରେଡ୍ଡି,ପୁଅ ରାକେଶ ରେଡ୍ଡି ଓ ଝିଅ ମିନା ରେଡ୍ଡି ବିଷାକ୍ତ ଦ୍ରବ୍ୟ ଖାଇ ଶୋଇ ପଡ଼ିଥିଲେ । ରାତିରେ ବାନ୍ତି ହେବାର ଶବ୍ଦ ଶୁଣି ପାଖ ପଡ଼ିଶା ଲୋକ ଘରର କବାଟ ବାଡେଇଥିଲେ । ସେମାନେ ବିଷାକ୍ତ ଦ୍ରବ୍ୟ ଖାଇଥିବା କଥା ଜାଣିବା ପରେ ୩ ଜଣଙ୍କୁ
ବିଳମ୍ବିତ ରାତିରେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ପରେ ସେଠାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲ ରେ ଜଣଙ୍କ ପରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଥିଲା ତାହାର କାରଣ ସୃଷ୍ଟ ହୋଇନାହିଁ । ପୂର୍ବରୁ ଏହି ମୃତ ପୁଅ,ଝିଅ ର ବାପା ଏସ୍ ରବୀନ୍ଦ୍ର ରେଡ୍ଡିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ତ୍ତମାନ ପରିବାରର ପୁଣି ୩ ଜଣଙ୍କ ମୃତ୍ୟୁପରେ ସମ୍ପର୍କୀୟମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।