ଓଡ଼ିଶାର ସମସ୍ତ ଶକ୍ତି ପୀଠ କୁ ନେଇ ଗଠିତ ହେବ ଶକ୍ତି ପୀଠ କରିଡ଼ର :ଉପ ମୁଖ୍ୟମନ୍ତ୍ରୀ

0
15

ବ୍ରହ୍ମପୁର,୦୮/୦୪/୨୦୨୫:ଚୈତ୍ର ମାସ ଶେଷ ମଙ୍ଗଳବାର ରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମା’ ତାରାତାରିଣୀଙ୍କ ଶକ୍ତିପୀଠ ଦର୍ଶନ କରିଛନ୍ତି। ଏହି ଅବସରରେ ମା’ ତାରାତାରିଣୀଙ୍କ ପୀଠ ଏବଂ ଆଖପାଖ ଅଞ୍ଚଳର ଉନ୍ନତିକରଣ ନେଇ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିବା ସହ ଖୁବଶୀଘ୍ର ଓଡ଼ିଶାର ସମସ୍ତ ଶକ୍ତି ପୀଠ କୁ ନେଇ ଶକ୍ତି ପୀଠ କରିଡ଼ର ଗଠନ ହେବ ବୋଲି ସୁଚନା ଦେଇଛନ୍ତି । ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କ ମାଁ ତାରାତାରିଣୀ ମନ୍ଦିର ଦର୍ଶନ ଅବସରରେ ଏନେଇ ସୁଚନା ଦେଇଛନ୍ତି।ଗଞ୍ଜାମ ଜିଲ୍ଲାର ମାଁ ତାରାତାରିଣୀ, ଯାଜପୁର ଜିଲ୍ଲାର ମାଁ ବିରଜା ମନ୍ଦିର, ଖୋର୍ଦ୍ଧା ଜିଲ୍ଲାର ଉଗ୍ରତାରା ମନ୍ଦିର, ମାଁ ଭଗବତୀ ମନ୍ଦିର, କାକଟପୁର ମାଁ ମଙ୍ଗଳା ମନ୍ଦିର, ଚିଲିକା ର ମାଁ କାଳିଜାଇ ମନ୍ଦିର ପୀଠ କୁ ନେଇ ଶକ୍ତି ପୀଠ କରିଡର କରାଯିବ ବୋଲି ସୁଚନା ଦେଇଛନ୍ତି।ଆସନ୍ତା ୨ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବା ଲକ୍ଷ୍ୟ ରଖାଯାଇଛି।ଏହା ସହ ମାଁ ତାରାତାରିଣୀ ପୀଠ ରେ ଭକ୍ତ ଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସୁଚନା ଦେଇଛନ୍ତି।ଏହି ଗସ୍ତ ସମୟରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ବିଧାୟକ ଶ୍ରୀ କେ.ଅନିଲ କୁମାର,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here