ପିପୁଲସ କଲେଜରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର

0
20

ବୁଗୁଡା, ୮/୪/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଏପ୍ରିଲ ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଲେଜର ସମ୍ମିଳନୀ କକ୍ଷରେ ଯୁବ ରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି), ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ୧ ଓ ୨, ଏବଂ ଭାରତ ସ୍କାଉଟ ଏଣ୍ଡ ଗାଇଡ଼ସ ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାସ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାରର ଟିମ ଏହି ରକ୍ତଦାନ ଶିବିରରେ ଯୋଗଦେଇ ୬୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଓ ଅଧ୍ୟାପିକା କ୍ରୀଷ୍ଣା କୁମାରୀ ବର୍ଗେ, ଏନସିସି ଅଫିସର ଲେଫନାଣ୍ଟ ଅଧ୍ୟାପକ ଅଜୟ କୁମାର ସାହୁ, ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଓ ଅଧ୍ୟାପିକା ସସ୍ମିତା ସାମନ୍ତରା, ଭାରତ ସ୍କାଉଟ ଏଣ୍ଡ ଗାଇଡ଼ସର ରୋଭର ଲିଡର ଅଧ୍ୟାପକ ଆତ୍ମା ପ୍ରକାଶ ନାୟକ ଓ ଅଧ୍ୟାପିକା ଅନିତା ଦେବୀ ଏବଂ ବୁଗୁଡା ମେଡ଼ିକାଲର ଆୟୁଷ ଡାକ୍ତର ହିମାଂଶୁ ଶେଖର ପଣ୍ଡା ପ୍ରମୁଖଙ୍କ ମିଳିତ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ରକ୍ତଦାତା ଭାବେ ଅଧ୍ୟାପକ କିଶୋର ଚନ୍ଦ୍ର ଶବର, ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଓ ସାମ୍ବାଦିକ ପ୍ରଫୁଲ କୁମାର ପଟ୍ଟନାୟକ ରକ୍ତଦାନ କରି ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here