ପିଡିତାଙ୍କୁ ନ୍ୟାୟ ପାଇଁ ରିପୋର୍ଟ ଦାଖଲ ପାଇଁ ବୁଗୁଡା ଆଇଆଇସିଙ୍କୁ ନିର୍ଦ୍ଦେଶ

0
24

ବୁଗୁଡା, ୯/୪/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କରସିଙ୍ଗି ପଞ୍ଚାୟତର ପରାଜିତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରି ପିଡିତା ଜଣଙ୍କ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଏନେଇ ୧୮୭/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇ ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣି ଡାକ୍ତରୀ ମାଇନା କରିବା ପରିବର୍ତ୍ତେ ଛାଡି ଦିଆଯାଇଥିଲା। ପରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ମହିଳା ତାଙ୍କୁ ପିଡିତାଙ୍କ ସ୍ୱାମୀ ଓ ତାଙ୍କ ଭାଇମାନେ ମିଶି ଗଣ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ଦେବାପରେ ୧୮୮/୨୫ ପ୍ରକାରେ ଏକ ମିଥ୍ୟା କେଶ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହୋଇ ପୋଲିସକୁ ଅଙ୍ଗୁଳି ଦିର୍ଦ୍ଦେଶ କରିଥିଲେ। ଅବଶ୍ୟ ୧୮୮ କେଶର ପିଡିତାଙ୍କ ମଧ୍ୟ ପୋଲିସ ଡାକ୍ତରୀ ମାଇନା କରିଥିବା ଜଣାପଡିଛି। ଖବର କାଗଜ ରେ ପ୍ରକାଶ ପ୍ରକାରେ ମାନବାଧିକାର କର୍ମୀ ଓକିଲ ରଞ୍ଜିତ କୁମାର ପାତ୍ର ପ୍ରକାଶିତ ଖବରକୁ ଭିତ୍ତିକରି ଓଡିଶା ମାନବାଧିକାର କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ମାନ୍ୟବର ବିଚାରପତି ଗ୍ରହଣ କରି କେଶ ନଂ ୧୦୬୦/୨୦୨୫ ପ୍ରକାରେ ୪/୪/୨୫ ତାରିଖ ଦିନ ଏକ ଅର୍ଡର ସିଟ ବୁଗୁଡା ପୋଲିସ ଆଇଆଇସିଙ୍କ ନିକଟକୁ ପଠାଯାଇ ପିଡିତାଙ୍କୁ ନ୍ୟାୟ ଦେବା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି କେଶକୁ କମ୍ପରମାଇଜ କରିବାକୁ ଚାପ ପକାଉଥିବା ନେଇ ୧୮୭ କେଶର ପିଡିତା ଦକ୍ଷିଣାଞ୍ଚଳ ପୋଲିସ ଅଧିକାରୀ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିବା ପରେ ଏହାର ତଦନ୍ତ ଦାୟିତ୍ବ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନେଇଥିବା ଜଣାପଡିଛି। କାରଣ ଏହି ବିଷୟରେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପିଡିତାଙ୍କୁ ନ୍ୟାୟ ଦେବାକୁ ଦାବି କରିବା ସହ ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଗର୍ଜନ କରିଥିଲେ। ଦୁଷ୍କର୍ମ ମାମଲା ଭଳି ଗୁରୁତର ଘଟଣାରେ ପ୍ରଥମ କେଶରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ନକରି ପୋଲିସ ଛାଡି ଦେଇଥିବା ଯୋଗୁଁ ପୋଲିସ ଚାପର ବଶବର୍ତ୍ତୀ ହୋଇଥିବା ସନ୍ଧେହ ଘେରକୁ ଆସିଯାଉଛି।

LEAVE A REPLY

Please enter your comment!
Please enter your name here