ପୋଲସରା କଲେଜର +୩ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର

0
20

ପୋଲସରା, ୧୦/୦୪/୨୫ : ଏପ୍ରିଲ ୧୦ ତାରିଖ ଦିନ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର +୩ କଳା ଓ ବିଜ୍ଞାନ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସପାଲ ପ୍ରଫେସର ରବୀନ୍ଦ୍ର ନାଥ ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ଲେପ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ +୩ ପ୍ରଥମ ବର୍ଷର ୨୦୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ କ୍ରୀଡ଼ା ଅଧ୍ୟାପକ ଦୀପକ କୁମାର ସ୍ବାଇଁ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମର ମହତ୍ତ୍ୱ ସମ୍ପର୍କରେ ମତ ପ୍ରଦାନ କରିଥିଲେ। ମାଷ୍ଟର ଟ୍ରେନର ଜ୍ୟୋତି ପାଣିଗ୍ରାହୀ ଓ ରେମଶା ପ୍ରଧାନ ଆତ୍ମ ସୁରକ୍ଷାର କୌଶଳ ଗୁଡିକ ବିଷୟରେ ଛାତ୍ରୀମାନଙ୍କୁ ତାଲିମ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଯୋଗଦେଇ ତାଲିମ ଗ୍ରହଣ କରିଥିବା ଛାତ୍ରୀ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ। ସସ୍ମିତା ବେହେରା ଓ ସୁଶାନ୍ତି ସାହୁ ପିଲାମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର ଆଗକୁ କିଭଳି କାର୍ଯ୍ୟକାରୀ ହୋଇପାରିବ ବୁଝାଇଥିଲେ। ଶେଷରେ ସଂଯୋଜିକା ବିନତା କୁମାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here