ଦିଗପହଣ୍ଡି,୧୧/୦୪/୨୦୨୫: ଦିଗପହଣ୍ଡି ଥାନା ଅଧୀନ କୁଶପଡ଼ା ଗାଁରେ ଶଶୁର ଘରେ ବୋମା ମାଡ଼ କରିଥିବା ଅଭିଯୋଗରେ ଅଭିଯୁକ୍ତ ଜ୍ବାଇଁକୁ ଆଜି ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜ୍ବାଇଁ ଜଣକ ସୁରେନ୍ଦ୍ର ଦୋରା (୩୪), ପରମାନନ୍ଦ ଦୋରାଙ୍କ ପୁଅ, ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନା ଅଧୀନ ଗୌଡପଲ୍ଲି ଗ୍ରାମର ବାସିନ୍ଦା। ଦିଗପହଣ୍ଡି ପୋଲିସ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁସାରେ, ବୁଧବାର ଦିନ ସ୍ତ୍ରୀ ସ୍ୱାମୀ ମଧ୍ୟରେ ପାରିବାରିକ କଳହରୁ, ସୁରେନ୍ଦ୍ର ତାଙ୍କ ଶଶୁର ଘରେ ବୋମା ଫୁଟାଇଥିଲେ। ଏହି ବିସ୍ଫୋରଣରେ ଘରର ଛପର ଉଡ଼ିଯିବା ସହ ପଡୋଶୀ ଘରର କାନ୍ଥ ମଧ୍ୟ ଛତିଗ୍ରସ୍ତ ହୋଇଥିଲା।ଏହି ଘଟଣା ସଂପର୍କରେ ଦିଗପହଣ୍ଡି ଥାନାରେ ୧୩୮/୨୫ ନଂ. ମାମଲା ରୁଜୁ ହୋଇଛି। ଏଥିରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୨୬(g), ବିସ୍ଫୋରକ ବସ୍ତୁ ଆଇନ (Sec 9(b) I.E. Act) ଓ ବିସ୍ଫୋରକ ଦ୍ରବ୍ୟ ଆଇନ (Sections 3 & 4 E.S. Act) ଅନ୍ତର୍ଗତ ଧାରା ଅନୁଯାୟୀ ମାମଲା ଚାଲୁଛି।ଘଟଣା ସଂପର୍କରେ ତଦନ୍ତ ଚାଲିଛି।