ପୋଲସରା, ୧୨/୪/୨୫ : ସମଗ୍ର ଓଡ଼ିଶାରେ ଏପ୍ରିଲ ୧୧ ତାରିଖ ଦିନ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏ.ବି.ପି.ଏମ.ଜେ.ଏ.ୱାଇ.), ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜି.ଜେ.ଏ. ୱାଇ) ର ନୁଆଁ ଏକକ କାର୍ଡ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା(ଏ.ଭି.ଭି.ୱାଇ) ତିନିଗୋଟି ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି। ସେହି ପରି ପୋଲସରା ବ୍ଳକରେ ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବ୍ଳକର ଢୁଙ୍କାପଡା, ହାତୀଓଟ, ଚିରିକିପଡା ଶାସନ ଓ ପାଣ୍ଡିରିପଡା ଚାରିଗୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପୂର୍ବତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)ର ମେଡ଼ିକାଲ ଅଫିସରଙ୍କ ସଂଯୋଜନାରେ ପ୍ରତି ଶିବିରରେ ୨୫ ଗୋଟି ଲେଖାଏଁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମେମ୍ବରଙ୍କ ସହ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ଯୋଗ ଦେଇଥିଲେ। ଏପ୍ରିଲ ୧୨ ତାରିଖ ଦିନ ଠାରୁ ମହିଳା ସ୍ଵାସ୍ଥ୍ୟ କର୍ମୀ ବୃନ୍ଦ ଓ ଆଶା କର୍ମୀ ବୃନ୍ଦ ହିତାଧିକାରୀଙ୍କ ଦ୍ୱାରକୁ ଦ୍ୱାର ଯାଇ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ। କାର୍ଯ୍ୟକ୍ରମରେ ୫୦୦ ରୁ ୧୦୦୦ ପର୍ଯ୍ୟନ୍ତ ଜନସାଧାରଣ ଯୋଗଦେଇଥିଲେ।