ବ୍ଲକ ସ୍ତରୀୟ ତ୍ରି ଦିବସୀୟ “ପ୍ରଗତି” ପ୍ରଶିକ୍ଷଣ ଶିବିର

0
18

ବୁଗୁଡା, ୧୨/୪/୨୫ : ବୁଗୁଡା ସହରର ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଏପ୍ରିଲ ୯, ୧୦, ଓ ୧୧ ତାରିଖ ତିନି ଦିନ ପାଇଁ ଅନୁଷ୍ଠିତ “ପ୍ରଗତି” ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରକୁ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିବା ବେଳେ ଏବିଇଓ ତପସ୍ୱିନୀ ପାଢୀ ଅତିଥି ଭାବେ ଯୋଗଦେଇଥିଲେ। ଏହି ତ୍ରି ଦିବସୀୟ ପ୍ରଶିକ୍ଷଣ ଶିବିରରେ ତୃତୀୟ ବର୍ଗ ଓ ଚତୁର୍ଥ ବର୍ଗର ୪୫ ଜଣ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ସମ୍ବଳ ବ୍ୟକ୍ତି ଭାବେ ଦିଲ୍ଲୀପ କୁମାର ଗନ୍ତାୟତ, ରବୀନ୍ଦ୍ର ବେହେରା ଓ ସୁରେନ୍ଦ୍ର ଜେନା ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଏହି ପ୍ରଶିକ୍ଷଣ ଶିବିରରେ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦, ସମସ୍ୟା ସମାଧାନ ଓ ସ୍କୁଲ ପରିଚାଳନାରେ ବିଦ୍ୟାଳୟର ମୁଖ୍ୟ ଭାବେ ନେତୃତ୍ୱ, ବିଦ୍ୟାଳୟ ସମ୍ବଳ ବୃଦ୍ଧି, ବିଦ୍ୟାଳୟର ସାମଗ୍ରିକ ବିକାଶ ପ୍ରଭୃତି ବିଷୟ ନେଇ ସହଭାଗୀତାରେ ତାଲିମ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here