“ଘୁମୁସର ର ସ୍ବର” ପକ୍ଷରୁ ୧୪୮ତମ ସାହିତ୍ୟ ଆଲୋଚନା ଚକ୍ର ଓ ଭଞ୍ଜ ଜୟନ୍ତୀ

0
15

ବୁଗୁଡ଼ା, ୧୩/୦୪/୨୫ : ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୧୪୮ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ଭଞ୍ଜ ଜୟନ୍ତୀ ବାଲିପଦର ଫ୍ରେଣ୍ଡସ୍ କ୍ଳବ୍ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଯୁବ ସମାଜସେବୀ ତଥା ବାଲିପଦର ମହୋତ୍ସବ କମିଟିର କୋଷାଧ୍ୟକ୍ଷ ଜି.ସଞ୍ଜିବ କୁମାର ପାତ୍ର କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ କୃତ୍ତିବାସ ବିଶ୍ବାଳ ମୁଖ୍ଯ ଅତିଥି, ଜୟନ୍ତୀ ପଢ଼ିଆରୀ, ସନ୍ତୋଷ କୁମାର ଜେନା, ଅନୁପମ ବାନାର୍ଜୀ, ଅନନ୍ତ କର, ଲିଙ୍ଗରାଜ ଦାସ, ଇଂ ବିପ୍ର ଚରଣ ପାତ୍ର, ଦେବନାଥ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଞ୍ଜ ସାହିତ୍ୟ ସମଗ୍ର ବିଶ୍ବର ଅନନ୍ୟ ସାହିତ୍ୟ, ସଂସ୍କୃତି, ସାହିତ୍ୟ ସହ ସମକକ୍ଷ ବୋଲି ମତବ୍ୟକ୍ତ କରିଥିଲେ। ଆକାଶବାଣୀ ବ୍ରହ୍ମପୁରର ଉଦ୍ଘୋଷକ ତଥା ଗବେଷକ ଡକ୍ଟର ବିଶ୍ବନାଥ ପାଣିଗ୍ରାହୀଙ୍କୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ପାରଦର୍ଶୀତା ପାଇଁ ‘ଘୁମୁସର ର ସ୍ବର’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରି ଥିବାବେଳେ ଅଧ୍ଯାପକ ଅଶୋକ କୁମାର ସ୍ବାଇଁ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ। ଫ୍ରେଣ୍ଡସ୍ କ୍ଳବ୍ ସମ୍ପାଦକ ଜି. ମନୋଜ କୁମାର ପାତ୍ର ଧନ୍ଯବାଦ ଅର୍ପଣ କରିଥିବା ବେଳେ ସନ୍ୟାସୀ ମହାରଣା, ରାଜେନ୍ଦ୍ର ମହାରଣା, କେ.ବାରାନିଧି ପାତ୍ର, ବୃନ୍ଦାବନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ କବି ସୁବାସ ଚନ୍ଦ୍ର ତାରିଣୀ, ସୁରେଶ ଚନ୍ଦ୍ର ପାଢ଼ୀ, ପଦ୍ମ ଲୋଚନ ଗୌଡ, କୈଳାଶ ଚନ୍ଦ୍ର ପ୍ରଧାନ, ଦ୍ବିତୀକୃଷ୍ଣ ବିଶ୍ବାଳ, ଖଲି ପରିଡ଼ା, ବୈଷ୍ଣବୀ ପ୍ରଧାନ, ଜୟନ୍ତୀ ପଢ଼ିଆରୀ ପ୍ରମୁଖ କବିତା ପାଠ କରିଥିଲେ।

LEAVE A REPLY

Please enter your comment!
Please enter your name here