ବୁଗୁଡା : ଭଞ୍ଜନଗର ଆର୍.ଏମ୍.ସି. ସମ୍ମିଳନୀ କକ୍ଷରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ବିଷୁବ ଆସର ଓ ପୁସ୍ତକ ଚର୍ଚ୍ଚା ସଂସଦର ସଭାପତି ଡ. ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି କୃତ୍ତିବାସ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ କବିସମ୍ରାଟ ସାହିତ୍ୟ ସଂସଦର ସଭାପତି ଡ. ସୁରେଶ ଚନ୍ଦ୍ର ପଣ୍ଡା, ସ୍ୱତନ୍ତ୍ର ଅତିଥି ଭାବେ କବିସମ୍ରାଟ ମିଡ଼ିଆ କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ପୁସ୍ତକ ସମୀକ୍ଷକ ଭାବେ ‘ଘୁମୁସର ସମ୍ବାଦ’ର ସମ୍ପାଦକ ନେତାଜୀ ବିଷୋୟୀ ଉପସ୍ଥିତ ରହି ଓଡ଼ିଆ ଅସ୍ମିତା, ଉପେନ୍ଦ୍ର ଭଞ୍ଜ ଓ ଘୁମୁସର ମାଟିର ମହକ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ମୁଖପତ୍ର ତ୍ରୈୟମାସିକ ପତ୍ରିକା ‘ଲୋହରାଖଣ୍ଡି’ର ଜାନୁଆରୀ – ମାର୍ଚ୍ଚ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ପରେ କଳ୍ପନା କୁମାରୀ ପ୍ରଧାନଙ୍କ ଦ୍ୱାରା ରଚିତ ଭଜନା ‘ମୋ ମାଆ ମଙ୍ଗଳା’ର ପୋଷ୍ଟର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସଂସଦର ସଦସ୍ୟ ଡାକ୍ତର କାର୍ତ୍ତିକେଶ୍ୱର ଜେନା ଅତିଥି ଆହ୍ୱାନ କରିଥିବାବେଳେ ଶ୍ରୀତିଶ୍ରୀ ନାଇକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଉପ-ସଭାନେତ୍ରୀ ରୀତାରାଣୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। କବୀ ତଥା ଶିଶୁ ଗାଳ୍ପିକା ତଥା ସଂସଦର ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନଙ୍କ ପୁସ୍ତକ ‘କାହାଣୀ କଥା କୁହେ’କୁ ସମୀକ୍ଷା କରିଥିଲେ ଶ୍ରୀ ବିଷୋୟୀ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ସଂସଦର ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା। ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସଂସଦର ସହ-ସମ୍ପାଦକ ତ୍ରିନାଥ ବେହେରା ଓ ସଦସ୍ୟା ବିଷ୍ଣୁପ୍ରିୟା ପତି କବିତା ସଂଯୋଜନା କରିଥିଲେ। ପର୍ଯ୍ୟାୟ କ୍ରମେ ୫ଜଣ ଲେଖାଏଁ କବି ମଞ୍ଚାସୀନ ହୋଇ ୩୦ଜଣ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ। ସଂସଦର ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା, ସଦସ୍ୟ ପ୍ରଫୁଲ୍ଲ କୁମାର ମହାରଣା, ନବ ବିଷୋୟୀ, ଗୋବିନ୍ଦ ଗୌଡ଼, ଅଶୋକ ନାୟକ, ପାର୍ଥସାଇ ବେବର୍ତ୍ତା, ବିକେ ଜ୍ୟୋତି ସ୍ୱରୂପା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଉପ-ସଭାପତି ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ପ୍ରଦାନ କରିଥିଲେ।