ପୋଲସରା, ୧୬/୪/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜାତୀୟ ସେବା ଯୋଜନା ( ପୁରୁଷ, ମହିଳା ଓ ଯୁଗ୍ମ ବିଭାଗ) ପକ୍ଷରୁ ରକ୍ତଦାନ ଶିବିର ୧୬/୦୪/୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ କଲେଜର ପ୍ରିନ୍ସପାଲ ରବିନ୍ଦ୍ର ନାଥ ପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନା ଯୁଗ୍ମ ବିଭାଗର ପ୍ରୋଗ୍ରାମ ଅଫିସର ସେକ୍ ଫରିଦ୍ , ପୁରୁଷ ବିଭାଗର ପ୍ରୋଗ୍ରାମ ଅଫିସର ପ୍ରକାଶ ଚନ୍ଦ୍ର ସାହୁ ଓ ମହିଳା ବିଭାଗର ପ୍ରୋଗ୍ରାମ ଅଫିସର ବସନ୍ତ କୁମାର ପାଣି ସଂଯୋଜନା କରିଥିଲେ। ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ବିଶ୍ଵନାଥ ଚୌଧୁରୀ, ଡକ୍ଟର ବିରଞ୍ଚି ନାରାୟଣ ରଥ, ଖେଳ ଶିକ୍ଷକ ଦୀପକ କୁମାର ସ୍ୱାଇଁ, ଡାଟାଏଣ୍ଟ୍ରି ଅପରେଟର ଦୀପକ ରଂଜନ ଜେନା , ଜୁନିଅର କ୍ଲର୍କ ସନ୍ଦୀପ ସାହୁ ପ୍ରଭୃତି ରକ୍ତଦାନ କରିବା ସହ ସ୍ବେଚ୍ଛାସେବୀ ଇସପିତା ଗୌଡ଼, ପୂଜାରାଣୀ ବେହେରା, ରେଶ୍ମା ସାହୁ, ଗୁଡୁଲି ସାହୁ, ଶୁଭମ୍ ସାହୁ ପ୍ରଭୃତି ସହଯୋଗ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ୨୮ ୟୁନିଟ ରକ୍ତ ବ୍ରହ୍ମପୁରରେ ଏମ.କେ.ସି.ଜି. ମେଡିକାଲ ବ୍ଲଡ଼ ବ୍ୟାଙ୍କ୍ ଦ୍ଵାରା ସଂଗ୍ରହ କରାଯାଇଥିଲା। ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ବୃନ୍ଦଙ୍କ ମଧ୍ୟରେ ଲିଜା ରାଉତ, ବଳଦେବ କୁଣ୍ଡ, ଜଗନ୍ନାଥ ବିଷୋୟୀ, ବିକାଶ କୁମାର ସ୍ୱାଇଁ, ଆକାଶ କୁମାର ସ୍ୱାଇଁ, ସମ୍ପଦ ଦାସ, ଦେବବ୍ରତ ସାହୁ, କାର୍ତ୍ତିକେୟ ପାତ୍ର, ଦୀପକ ଡାକୁଆ, ରାକେଶ ନାୟକ , ସରୋଜ ସାହୁ ପ୍ରଭୃତି ରକ୍ତଦାନକରି କଲେଜ ପାଇଁ ଗୌରବ ଆଣିଛନ୍ତି।