କାର ଧକ୍କାରେ ୩ ବର୍ଷର ଶିଶୁ ମୃତ୍ୟୁ

0
24

ପୋଲସରା, ୨୩/୪/୨୫ : ପୋଲସରା ଥାନା ଅନ୍ତର୍ଗତ ମଥୁରା ମୁଖ୍ୟ ସଡ଼କ ପାର୍ଶ୍ଵରେ ଥିବା ଗୁଡ଼ି ବନ୍ଧ ନିକଟରେ ଏକ କାର ଜଣେ ୩ ବର୍ଷର ଶିଶୁକୁ ଧକ୍କା ଦେବାରୁ ଶିଶୁ ଜଣକ ମୃତ୍ୟୁବରଣ କରିଛନ୍ତି। ମୃତକ ଶିଶୁ ଜଣକ ହେଲେ ପୋଲସରା ପାଟଣା ପଦର ସାହିର ପ୍ରିୟାଂଶୁ ପ୍ରଧାନ। ପୋଲସରା ପାଟଣାପଦର ସାହିର ମୃତ ପ୍ରିୟାଂଶୁଙ୍କ ପରିବାର ଏକ ଅଟୋ ଯୋଗେ ବେଲପଡା ଭୋଜି ଖାଇ ଯାଇ ପୋଲସରା ଫେରୁଥିଲେ। ଅଟୋଟିକୁ ମଥୁରା ନିକଟ ଗୁଡ଼ି ବନ୍ଧ ନିକଟରେ ରଖି ଶୌଚ ପାଇଁ ଯିବା ସମୟରେ ଏକ କାର ବୁଢ଼ାମ୍ବ ଦିଗରୁ ଆସୁଥିବା ବେଳେ ଶିଶୁଟିକୁ ଧକ୍କା ଦେଇ ଦୃତ ଗତିରେ ପୋଲସରା ଦିଗକୁ ଆସିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ଶିଶୁଟିକୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ବ୍ରାହ୍ମଣ ସାହି ନିକଟରେ ଲୋକେ କାର ଟିକୁ ଅଟକାଇ ଥିଲେ। ପୋଲିସ ପହଞ୍ଚି ଅନୁସନ୍ଧାନ କରି ପୋଲସରା ପୋଲିସ ଥାନା କେଶ ନଂ ୨୭୮/୨୫ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଓଡ଼ି ୦୫ ଏଜି ୫୩୨୨ ନମ୍ବର କାରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here