ବୁଗୁଡା, ୨୪/୦୪/୨୫ : ଏପ୍ରିଲ ୨୫ ତାରିଖରୁ ମଇ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନ ବ୍ୟାପି ଆୟୋଜିତ ହେବାକୁ ଯାଉଥିବା ମା’ ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡ଼ଦାଣ୍ଡରେ ଅସ୍ଥାୟୀ ମଣ୍ଡପ
ପ୍ରସ୍ତୁତି କାର୍ଯ୍ଯ ଶେଷ ହୋଇଥିବା ବେଳେ ମା’ଙ୍କ ଆଗମନ ଅପେକ୍ଷାରେ ରହିଛନ୍ତି ଶ୍ରଦ୍ଧାଳୁ। ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମା’ ମାଳିଝୋଳା , ମା’ ବୁଢୀ ଠାକୁରାଣୀ , ମା’ ବ୍ଯାଘ୍ରଦେବୀ , ମା’ ନାରାୟଣୀ ଓ ଢୁଙ୍କାପଡାର ମା’ ମାଉଁଦେଈ ପଞ୍ଚ ଠାକୁରାଣୀଙ୍କୁ ଆବାହନ କରି ଆଣିବା ପାଇଁ ୫ ଜଣଙ୍କ ନେତୃତ୍ବରେ ୫ଟି ଦଳ ଗଠନ କରାଯାଇଛି । ଏଥି ସହ ପଞ୍ଚ ଠାକୁରାଣୀଙ୍କ ନଗର ଭ୍ରମଣି ଖସଡା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି । ବିଭିନ୍ନ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ସହରର ତିନୋଟି ପ୍ରବେଶ ପଥରେ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଠାକୁରାଣୀ ଯାତ୍ରା ସମୟରେ ମେଢ ସାଙ୍ଗକୁ ଅପେରା , ମୀନାବଜାର, ରାମଦୋଳି, ମେଲୋଡି, କଳାକୁଞ୍ଜ , ଆକର୍ଷଣୀୟ ତୋରଣ ଲୋକଙ୍କ ମନ ମୋହିବା ଆଶା କରୁଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
Home ବ୍ରହ୍ମପୁର ସ୍ପେଶାଳ ବୁଗୁଡା ମା’ ପଞ୍ଚ ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଶେଷ , ମା’ଙ୍କ ଆଗମନକୁ...