ବ୍ରହ୍ମପୁର, ୨୮/୦୪/୨୦୨୫:ଗଞ୍ଜାମ ଜିଲ୍ଲା ପୁଣି ଅଶାନ୍ତ।ଗଞ୍ଜାମ ପୋଲିସ ଜିଲ୍ଲା ରେ ହତ୍ୟାକାଣ୍ଡ ଭଳି ଘଟଣା ଗତ କିଛି ଦିନ ହେଲା ଘଟୁଛି।ଗତକାଲି ବେଗୁନିଆପଡା ଅଞ୍ଚଳରେ ଦୁର୍ବୃତ୍ତ ମାନେ ଦୁଇ ଭାଇଙ୍କୁ ପିଟି ପିଟି ହତ୍ୟା କରିବା ପରେ ଶବକୁ ପାଳଗଦା ରେ ରଖି ଜାଳି ଦେଇଥିଲେ।ପୋଲିସ ଅର୍ଦ୍ଧ ଦଗ୍ଧ ଶବ କୁ ଠାବ କରିଥିଲେ।ସେପରି ଆଜି ପୁଣି ପୁରୁଷୋତ୍ତମ ପୁର ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି।ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁଶପୁର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି।ଗ୍ରାମରେ ଦୁଇ ପୁଅ ଲୁହା ରଡ଼ରେ ପିଟି ପିଟି ବାପାକୁ ହତ୍ୟା କରିଥିବା ସୁଚନା ମିଳିଛି। ପାରିବାରିକ କଳହ ରୁ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ସୁଚନା ରୁ ଜଣାପଡିଛି ।ମୃତକ ଜଣକ ଗୋପାଳକୃଷ୍ଣ ସାହୁ ବୋଲି ଜଣାପଡିଛି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ପୁଅ ରଞ୍ଜନ ସାହୁ ଏବଂ ପିଣ୍ଟୁ ସାହୁ କୁ ଗିରଫ କରିଛି।ଏହା ସହ ଶବକୁ ଜବତ କରି ଥିବା ଜଣାପଡ଼ିଛି। ତେବେ ପୋଲିସ କେବଳ ଅପରାଧ ଘଟିବା ପରେ ଅପରାଧୀଙ୍କୁ ଗିରଫ କରି କାମ ସାରି ଦେଉଥିବା ବେଳେ ଜିଲ୍ଲାରେ ଅପରାଧ ରୋକାଯିବ ନିମନ୍ତେ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।ଫଳରେ ଏପରି ହତ୍ୟାକାଣ୍ଡ ଭଳି ଘଟଣା ଘଟିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡୁଛି।