ପୋଲସରା , ୬/୫/୨୫ : ପୋଲସରା ନୂତନ ବସଷ୍ଟାଣ୍ଡ ନିର୍ମାଣର ଅଗ୍ରଗତି ଓ ସ୍ଥିତ ଅନୁଧ୍ୟାନ କରିବା ପାଇଁ ମଇ ୫ ତାରିଖ ଅପରାହ୍ନରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ପରିଦର୍ଶନ କରିଥିଲେ। ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଆମ ବସଷ୍ଟାଣ୍ଡ ନିର୍ମାଣ ସକାଶେ ୫,୮୯,୪୬,୫୩୭ (ପାଞ୍ଚ କୋଟି,ଅଣାନବେ ଲକ୍ଷ,ଛୟାଳଶି ହଜାର, ପାଞ୍ଚ ଶହ ଶତତିରିଶି ଟଙ୍କା) ବ୍ୟୟରେ ଓଡ଼ିଶା ଷ୍ଟେଟ ପୋଲିସ ହାଉସିଙ୍ଗ ୱେଲଫେର କର୍ପୋରେସନ ଲିମିଟେଡ ସଂସ୍ଥା ନେଇଥିବା ବେଳେ ଜବର ଦଖଲ ଯୋଗୁଁ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନଥିଲା। ନୂତନ ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କୈଳାଶ ଚନ୍ଦ୍ର ଜେନା କାର୍ଯ୍ୟଭାର ଗ୍ରହଣ ପରେ ବାରମ୍ବାର ପାରିଷଦ ବୈଠକ ଡାକି ଆଲୋଚନା କରିବା ସହ ମନ୍ତ୍ରୀ ଓ ବ୍ୟବସାୟୀ ସଙ୍ଗଠନ ସହ ଆଲୋଚନା କରି ଜବର ଦଖଲ ଉଚ୍ଛେଦ କରି ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ପାଇଁ ପଥ ପରିଷ୍କାର କରିଥିଲେ। ସୋମବାର ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡକୁ ପରିଦର୍ଶନରେ ଯାଇଥିବା ବେଳେ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନା, ପୋଲସରା ତହସିଲଦାର ଦୀପ୍ତିମୟୀ ପାତ୍ର, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।